ପାରାଦୀପ ୨୨।୦୨ : ପାରାଦୀପ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫୦ରୁ ଅଧିକ ପରିବା ଦୋକାନ ଘର। ପାଖାପାଖି ଦୁଇକୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି l

ଏ ଖବର ବି ପଢନ୍ତୁ:- ଥମୁନି ହାତୀ-ମଣିଶ ଲଢେଇ, ବିଲକୁ କାମ କରିବାକୁ ଯିବା ବେଳେ ଦଳିଦେଲା ଦନ୍ତା

ଖବର ଅନୁଯାୟୀ, ବିଳମ୍ବିତ ରାତ୍ରି ପାଖାପାଖି ଦୁଇଟା ସମୟରେ ଏକ ଦୋକାନରେ ଲାଗିଥିବା ନିଆଁ ଚାହୁଁଚାହୁଁ ସମଗ୍ର ପରିବା ମାର୍କେଟ ବ୍ୟାପି ଯାଇଥିଲା l ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କିଛି ମୁହୁର୍ତ୍ତ ଭିତରେ ସମଗ୍ର ପରିବା ମାର୍କେଟ ନିଆଁ ରେ ପୋଡି ଛାରଖାର ହୋଇଯାଇଥିଲା। ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ, ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି l ୬ଟି ନିଆଁଲିଭା ଗାଡି ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ l ପରିବା ମାର୍କେଟରେ ଥିବା ଅସ୍ଥାୟୀ ପିଣ୍ଡି ଗୁଡିକ ବାଉଁଶ ଓ ପାଲରେ ତିଆରି ହୋଇଥିବାରୁ ନିଆଁ ଲାଗିବା ପରେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା ବୋଲି ବଣିକ ସଙ୍ଘ ଅଭିଯୋଗ କରିଛି।

ଏ ଖବର ବି ପଢନ୍ତୁ:- ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ସୋମବାରଠୁ ୨ ଦିନ ଘଡ଼ିଘଡ଼ି ସହ ବର୍ଷାର ସମ୍ଭାବନା