ସୋନପୁର, ୨୦।୧୧ : ଜଳିଗଲା ଦୋକାନ । ଫ୍ୟାନ୍ସୀ ଷ୍ଟୋରରେ ଲାଗିଗଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ। ଏପରି ଅଭାନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ସହରର ବ୍ଲକ ଛକ ନିକଟରେ ଥିବା ଏକ ଫ୍ୟାନ୍ସି ଦୋକାନରେ ।

Also Read :- ଏନକାଉଣ୍ଟରରେ ଦାଉଦର ଖାସ୍ ସହଯୋଗୀ ନିହତ : ନାଁରେ ଥିଲା ୨୦ରୁ ଅଧିକ ମାମଲା

ରିପୋର୍ଟ ଅନୁସାରେ, ଦୋକାନରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସକାଳୁ ଦୋକାନରୁ ଧୂଆଁ ବାହାରୁଥିବା ଦେଖି କିଛି ଲୋକ ଦୋକାନ ମାଲିକକୁ ଖବର ଦେଇଥିଲେ । ମାଲିକ ଆସି ଦୋକାନ ଖୋଲିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ହେଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟ ଦିଗରେ ସର୍ଟ୍ ସର୍କିଟରୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।