ଭୁବନେଶ୍ବର ୨୦।୩: ହୁତୁ ହୁତୁ ହୋଇ ଜଳିଲା ମାର୍କେଟ୍ କମ୍ପ୍ଲେକ୍ସ । ଆଖପାଖ ଅଞ୍ଚଳ ହୋଇଗଲା ଧୂଆଁମୟ । ଖବର ପାଇ ପହଞ୍ଚିଗଲେ ଗୋଟିଏ ପରେ ଗୋଟିଏ ଦମକଳ ଗାଡ଼ି । ପୋଲିସ ବି ଘଟଣାସ୍ଥଳରେ ପହଞ୍ଚିଛି । ନିଆଁ ଲିଭାଇବାକୁ ଲାଗିଛନ୍ତି ୪ଟି ଦମକଳ ଗାଡ଼ି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

​​​​​​​

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର CRP ଛକରେ ଥିବା ମହାବୀର ମାର୍କେଟ୍‌ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି ।  ନିଆଁ ଲାଗିବା ଫଳରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକ ପୋଲିସ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି  ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । 

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ୍‌ରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ତେବେ ଅନୁଧ୍ୟାନ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।

Also Read:- Nandankanan : ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ : ଜୁନାଗଡ଼ ଗଲେ ୭, ନନ୍ଦନକାନନ ଆସିବେ ୧୮ ଜୀବଜନ୍ତୁ

ଏଇ ନିକଟରେ ଲିଙ୍ଗିପୁର ସ୍ଥିତ ସୁପର ମାର୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ନିଆଁ ଲାଗିବାର ଦିନକ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ହଜାର ହଜାର ଲିଟର ପାଣି, ବହୁ ସଂଖ୍ୟକ ଦମକଳ ଗାଡି ଏବଂ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ବେ ନିଆଁ ଲିଭାଇପାରିନଥିଲେ । ଫଳରେ ସୁପର ମାର୍ଟଟି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଏଭଳି ଭୟଙ୍କର ନିଆଁ ଦେଖି ଲୋକେ ବି ସ୍ଥାନୀୟ ଦୋକାନୀ ଏବଂ ସାଧାରଣ ଲୋକେ ବି ଭୟଭୀତ ହୋଇଯାଇଥିଲେ । ଅଗ୍ନିଶମ ବାହିନୀର ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।