ବାରଙ୍ଗ ୨୦।୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ । ନନ୍ଦନକାନନରୁ ୩ ପ୍ରଜାତିର ୭ ଜୀବଜନ୍ତୁ ଗୁଜରାଟ ଜୁନାଗଡ଼ର ସକ୍କରବାଗ ପ୍ରାଣୀ ଉଦ୍ୟାନ ଗଲେ । ଏହି ଅଦଳବଦଳ ପ୍ରକ୍ରିୟାରେ ଜୁନାଗଡ଼ରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ନନ୍ଦନକାନନ ଆସିବେ । କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ  ଅନୁମୋଦନ ମିଳିବା ପରେ ପ୍ରକ୍ରିୟା ଆରମ୍ଭ ହୋଇଛି ।

​​​​​​​

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜରାଟ ସକ୍କରବାଗ ଚିଡିଆଖାନା ମଧ୍ୟରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଠାରୁ ଅନୁମୋଦନ ମିଳିଛି । ଗତ ୧୯ ତାରିଖ ଗୁରୁବାର ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ୍ ଜୀବଜନ୍ତୁ ନେଇ ଗୁଜରାଟ ଜୁନାଗଡ଼ର ସକ୍କରବାଗ ପ୍ରାଣୀ ଉଦ୍ୟାନ ଯାଇଛନ୍ତି । ସେମାନେ ନନ୍ଦନକାନନରୁ ୩ ପ୍ରଜାତିର ୭ ଜୀବଜନ୍ତୁ ନେଇଛନ୍ତି । ସେଥିରେ ଗୋଟିଏ ଅଣ୍ଡିରା ଓଟପକ୍ଷୀ, ତିନୋଟି ମାଈ ଚଉସିଂଘା ଓ ଗୋଟିଏ ଅଣ୍ଡିରା, ଦୁଇଟି ମାଈ କୁଜି ହରିଣ ଅଛନ୍ତି ।

Also Read:- Road Accident: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଚାଲିଗଲା ଜୀବନ

ଏହାର ପ୍ରତି ବଦଳରେ ଜୁନାଗଡ଼ରୁ ୩ ପ୍ରଜାତିର ୧୮ଟି ଜୀବଜନ୍ତୁ ନେଇ ଆସିବେ । ସେଥିରେ ଦୁଇ ଯୋଡ଼ା ଡେମୋଇସେଲ୍ କ୍ରେନ୍, ଦୁଇ ଯୋଡ଼ା ଚିତାବାଘ ଓ ୫ ଯୋଡ଼ା ନାଲି ଜଙ୍ଗଲୀ କୁକୁଡ଼ା ଅଛନ୍ତି । ଏହି ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନ ନୂଆ ଜନ୍ତୁ ଭାବରେ ଦୁଇ ଯୋଡ଼ା ଡେମୋଇସେଲ୍ କ୍ରେନ୍ ପାଇବ । ବାକି ସବୁ ଜନ୍ତୁ ରକ୍ତ ସମ୍ପର୍କ ବଦଳାଇବା ସହିତ ରୋଗ ହାର କମାଯାଇପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।