ବଲାଙ୍ଗୀର,୨୬|୦୬ବଲାଙ୍ଗର ସହରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୮ ଟି ଦୋକାନ। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୁଚନା।

ରିପୋର୍ଟ ଅନୁସାରେ, ବଲାଙ୍ଗୀର ସହରର ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ଏକାଧିକ ଦୋକାନ ଜଳିପୋଡି ଯାଇଛି । ଏହାସହ ଲକ୍ଷାଧିକ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ଘଟିଥିବା ଦୋକାନ ମଧ୍ୟରେ ଗ୍ୟାରେଜ, ଫର୍ଣ୍ଣିଚର ଦୋକାନ, ଜଳଖିଆ ଦୋକାନ, ଗୋଟିଏ ମେଡ଼ିସିନ ଷ୍ଟୋର୍ ସହ ଗାଡି ପାର୍ଟସ ଦୋକାନ ରହିଛି । ତେବେ ସର୍ଟ ସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଖବର ପାଇ ତିନିରୁ ଅଧିକ ଦମକଳ ଗାଡି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।