ଅନୁଗୋଳ ୧୮।୫: ଅନୁଗୋଳ ମେଡିକାଲରେ ନିଆଁ । ବିଦ୍ୟୁତ ସର୍ଟ ସର୍କିଟ୍ ଯୋଗୁଁ ଧୂଆଁ ବାହାରିବା ପରେ ରୋଗୀ ଛାନିଆ । ହସ୍ପିଟାଲରେ ଧୂଆଁ ଦେଖି ରୋଗୀ ଏବଂ ସମ୍ପର୍କୀୟ ମାନେ ଧାଁ ଦୌଡ଼ କରିବାକୁ ଲାଗିଥିଲେ ।

Also Read:-ଶ୍ବଶୁର ଘର ବାରିପଟୁ ମିଳିଲା ଜ୍ବାଇଁଙ୍କ ମୃତଦେହ, ୫ ଫୁଟ ଉଚ୍ଚରେ ଥିବା ସରୁ ଡାଳରେ କେମିତି ଝୁଲିଲେ ୬ ଫୁଟର ବ୍ୟକ୍ତି ?

ମେଡିକାଲର ପ୍ରଥମ ମହଲାରେ ଥିବା ଲେବର ରୁମ୍ରେ ଲାଗିଥିବା ଏସିରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିବା ଜଣାପଡିବା ପରେ ରୋଗୀଙ୍କ ମଧ୍ୟରେ ଛନକା ପଶିଥିଲା । ରୋଗୀ ମାନେ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ସଂଗେ ସଂଗେ ଉପସ୍ଥିତ ଥିବା ଲୋକ ନିଆଁ ଲିଭାଇ ଦେଇଥିବା ସୂଚନା ରହିଛି । କିନ୍ତୁ ରୋଗୀ ଏବଂ ସମ୍ପର୍କୀୟ ମାନେ ଧାଁ ଦୌଡ଼ କରିଥିବା ଦେଖିବାକୁ ମିଳିଥିଲା । ତେବେ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।