ଲମତାପୁଟ ୨୩।୫: ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ । ସାଢ଼େ ୧୧ଟାରୁ ୧୨ଟା ମଧ୍ୟରେ ପ୍ରକଳ୍ପ ଟ୍ରିପ୍ ହୋଇଯାଇଥିଲା l ଯାହା ଫଳରେ ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିଲା l ପ୍ରକଳ୍ପ ଭିତରେ ଭୟାବହ ଅଗ୍ନିକାଣ୍ଡ ଦେଖି ପ୍ରକଳ୍ପ କର୍ମଚାରୀ ବାହାରକୁ ଚାଲି ଆସିଥିଲେ l ଟର୍ବାଇନ ଫ୍ଲୋରରେ କିଛି କର୍ମଚାରୀ ଫସି ରହିଥିଲେ l ବାହାରେ ଥିବା କିଛି କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହଯୋଗୀ କର୍ମଚାରୀଙ୍କୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ l ଅଣନିଶ୍ୱାସୀ ହୋଇଯାଇଥିବା କିଛି କର୍ମଚାରୀଙ୍କ ଚିକିତ୍ସା ଜାରି ରହିଛି l

​​​​​​​Also Read:- ଜୋରସୋରରେ ଚାଲିଛି ଗୁଣ୍ଡିଚା ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନମୂଳକ କାର୍ଯ୍ୟ, ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ