ନୂଆଦିଲ୍ଲୀ, ୨୪/୦୯ : ବସରେ ଭୟଙ୍କର ଅଗ୍ନିକାଣ୍ଡ । ୯ ଜଣ ଜୀବନ୍ତ ଦଗ୍ଧ । ଝରକାରୁ ଢେଇଁ ଜୀବନ ବଞ୍ଚାଇଲେ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ନୋଏଡା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ ଓ୍ୱେରେ ।

ରିପୋର୍ଟ ଅନୁସାରେ, ଯମୁନା ଏକ୍ସପ୍ରେସ ଦେଇ ବୁଧବାର ରାତିରେ ଏକ ସ୍ଲିପର ବସ ଯାଉଥିଲା । ଏହି ସମୟରେ ଜିରୋ ପଏଣ୍ଟରୁ ୩୨ କିମି ଦୂର ଜେବର ଥାନା ଅଞ୍ଚଳରେ ବସରେ ଭୟଙ୍କର ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ଆତଙ୍କ ଖେଳି ଯାଇଥିଲା । ଅନେକ ଯାତ୍ରୀ ଝରକା ଡେଇଁ ବାହାରକୁ ଚାଲି ଆସିଥିଲେ । ବସରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି ।

ନିଆଁର ମାତ୍ରା ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି ମିନିଟ୍ ମଧ୍ୟରେ ପୂରା ବସଟି ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ଅନେକ ସମୟ ଧରି ପ୍ରୟାସ କରିବା ପରେ ନିଆଁକୁ ସେମାନେ ଆୟତ କରିପାରିଥିଲେ । ଏବେ ନିଆଁ ଲିଭିଥିବା ବେଳେ ବସକୁ ପାଣି ମାଡ଼ କରାଯାଇ ଥଣ୍ଡା କରାଯାଉଛି । ଏହା ସତ୍ତ୍ୱେ ୯ ଜଣ ଯାତ୍ରୀ ପୋଡ଼ି ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ସବୁଠୁ ବଡ଼ କଥା ହେଲା କି ଏବେବି ଅନେକ ଯାତ୍ରୀ ବସରେ ଫସି ରହିଥିବା କୁହାଯାଉଛି । ଅଗ୍ନିଶମ ବାହିନୀର କହିବାନୁସାରେ, ବସକୁ ଥଣ୍ଡା କରା ନ ଯିବା ଯାଏଁ ଭିତରୁ ଅନ୍ୟ କାହାକୁ ଉଦ୍ଧାର କରାଯାଇ ପାରିବ ନାହିଁ । ଏହାପରେ ହିଁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ । ଆଉ କେହି ମୃତାହତ ହୋଇଛନ୍ତି ନା ନାହିଁ ତାହା ପରକ୍ଷା ଯିବ ।

Also Read :- ଭୁବନେଶ୍ୱରରେ ୧୦୧ ମିମି ବର୍ଷା : ବୁଡିଗଲା ରାସ୍ତା, NH ଉପରେ ଅଣ୍ଟାଏ ପାଣି

ଅନ୍ୟ ଦିଗରେ କେଉଁ କାରଣରୁ ନିଆଁ ଲାଗିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପୋଲିସ ବର୍ତ୍ତି ଯାଇଥିବା ଯାଚ୍ରୀଙ୍କୁ ପଚରାଉଚରା କରୁଛି । ତେବେ ଏସି ଏବଂ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।