Anthropic’s Claude Mythos Model: ଭାରତୀୟ ବ୍ୟାଙ୍କଗୁଡ଼ିକ ଉପରେ ସାଇବର ଆଟାକ୍ ଭୟ ଘାରିଛି। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବ୍ୟାଙ୍କଗୁଡ଼ିକର ପ୍ରମୁଖଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ଆନ୍ଥ୍ରୋପିକର "କ୍ଲାଉଡ୍ ମାଇଥୋସ୍"( Anthropic’s Claude Mythos model) ଏଆଇ ମଡେଲରୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ପ୍ରତି ସମ୍ଭାବ୍ୟ ବିପଦ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଏଆଇ ମଡେଲ ଏତେ ଆଡଭାନ୍ସ ଯେ ହ୍ୟାକର ଏହାର ବ୍ୟବହାର କରି ଦଶନ୍ଧୀ ପୁରୁଣା ସମସ୍ୟାକୁ ଖୋଜି ଫାଇନାନ୍ସିଆଲ ସେକ୍ଟର ଉପରେ ସାଇବର ଆଟାକ୍ କରିପାରିବେ। ତେଣୁ ଏନେଇ ଚିନ୍ତା ବଢ଼ିଛି।

ବ୍ୟାଙ୍କଗୁଡ଼ିକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ

ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ଆଇଟି ସିଷ୍ଟମକୁ ସୁରକ୍ଷିତ ରଖିବା ଏବଂ ଗ୍ରାହକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ Mythos ଦ୍ୱାରା ଦେଖାଯାଇଥିବା ବିପଦ ପୂର୍ବରୁ କେବେ ଦେଖାଯାଇ ନଥିଲା। ଏଥିପାଇଁ ଆର୍ଥିକ ପ୍ରତିଷ୍ଠାନ ଏବଂ ବ୍ୟାଙ୍କ ମଧ୍ୟରେ ଅଧିକ ସମନ୍ୱୟ ଏବଂ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ଆବଶ୍ୟକ ବୋଲି ଅର୍ଥମନ୍ତ୍ରଣାଳୟ କହିଛି।

Also Read- Tech Layoffs: ବଢ଼ୁଛି ଏଆଇ କମୁଛି କାମ; ମେଟା, ଓରାକେଲ ଓ ମାଇକ୍ରୋସଫ୍ଟ ମାସକ ଭିତରେ କଲେଣି ୪୬,୭୫୦ ଛଟେଇ

ବିପଦ ଦୂର କରିବାକୁ ପ୍ଲାନ

ଅର୍ଥ ମନ୍ତ୍ରଣାଳୟ ଏବେ ଏକ ଏମିତି ଫ୍ରେମୱର୍କ ତିଆରି କରିବାକୁ ଚାହୁଁଛି, ଯାହା ହ୍ୟାକିଂ ପ୍ରୟାସକୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ସାଇବର ଆକ୍ରମଣ ବିଷୟରେ ସୂଚନା ଶେୟାର ପାଇଁ ଏକ ରିୟଲଟାଇମ ଇଣ୍ଟେଲିଜେନ୍ସ ମେକାନିଜମ ବ୍ୟବସ୍ଥା ସ୍ଥାପନ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏଥିରେ ଭାରତୀୟ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (CERT-In) ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକୁ ମଧ୍ୟ ସାମିଲ କରାଯିବ।

କ୍ଲାଉଡ୍ ମାଇଥସ କଣ ଏବଂ ଏହା କାହିଁକି ବିପଦପୂର୍ଣ୍ଣ?

ମାଇଥସ ହେଉଛି ଆନ୍ଥ୍ରୋପିକର ସବୁଠାରୁ ଶକ୍ତିଶାଳୀ ଏଆଇ ମଡେଲ୍। କମ୍ପାନୀ ଅନୁଯାୟୀ, ମାଇଥସ ଅପରେଟିଂ ସିଷ୍ଟମ୍ ଏବଂ ବ୍ରାଉଜରରେ ଦଶନ୍ଧି ପୁରୁଣା ଏକ ଦୁର୍ବଳତା ଖୋଜି ପାଇଛି, ଯାହାକୁ ମଣିଷ ଚିହ୍ନଟ କରିପାରି ନଥିଲା। ଏହାକୁ ସାର୍ବଜନୀନ କରିଦେବା ଲୋକଙ୍କ ହାତରେ ହ୍ୟାକିଂ ଟୁଲ୍ ଦେବା ସହ ସମାନ। ଏହା ବିପଦ ବଢ଼ାଇପାରେ। ଆନ୍ଥ୍ରୋପିକ୍ କମ୍ପାନୀ ଆମାଜନ, ମାଇକ୍ରୋସଫ୍ଟ ଏବଂ ଗୁଗୁଲ୍ ଭଳି କେବଳ ୪୦ ଟି ମନୋନୀତ କମ୍ପାନୀକୁ ଆକସେସ ଦେଇଛି। ତଥାପି, ରିପୋର୍ଟ ଅନୁଯାୟୀ, କିଛି ଅନଧିକୃତ ବ୍ୟବହାରକାରୀ ଏହି ଆକ୍ସେସ୍ ପାଇଛନ୍ତି। ତେଣୁ ସିଷ୍ଟମ ହ୍ୟାକ୍ ହେବାର ଭୟ ସୃଷ୍ଟି ହୋଇଛି।