ମୁମ୍ବାଇ,୧୦/୦୮ବନ୍ଧା ହେଲେ ନିର୍ଦ୍ଦେଶକ । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସକିଲ ନୁରାନୀଙ୍କୁ ପୋଲିସ ଗିରଫ କରିଛି ।୩୩ବର୍ଷୀୟ ଜଣେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୭୩ ବର୍ଷୀୟ ସକିଲଙ୍କୁ ଗିରଫ କରାଯାଇଛି ।

ଅଭିଯୋଗ ଅନୁସାରେ, ନୁରାନୀ ଅଭିନେତ୍ରୀ ଜଣଙ୍କୁ ମୁମ୍ବାଇର ମାଲଓ୍ୱାନୀ ସ୍ଥିତ ନିଜ ବାସଭବନକୁ ଡାକିଥିଲେ । ସେଠାରେ ସେ ଫିଲ୍ମକୁ ନେଇ ଅଭିନେତ୍ରୀଙ୍କ ସହ କିଛି ସମୟ କଥା ହୋଇଥିଲେ ଏବଂ ଆଲୋଚନା କରିଥିଲେ । ଏହାପରେ ଯୌନ ନିର୍ଯାତନା ଦେଇଥିଲେ । ଖାଲି ଏତିକି ନୁହେଁ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଏବଂ ଫିଲ୍ମରେ ସୁଯୋଗ ନଦେବାକୁ ଧମକ ଦେଇଥିଲେ ।

ଗିରଫ ପରେ ନିର୍ଦ୍ଦେଶକଙ୍କୁ ବୋରିଭାଲୀ ହଲିଡେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କ ଜାମିନ ନାମଞ୍ଜୁର କରି ହାଜତକୁ ପଠାଇ ଦେଇଛନ୍ତି । ପୋଲିସ ନୁରାନୀଙ୍କୁ ଅଗଷ୍ଟ୧୨ଯାଏଁ ରିମାଣ୍ଡରେ ନେଇଛି ।

Also Read :- ବ୍ରେକ୍ଅପ୍‌ର ଭୟଙ୍କର ପରିଣାମ: କଲେଜ ଛାତ୍ରୀଙ୍କୁ ହତ୍ୟା, ଭାରତ ଫେରୁଥିବା ବେଳେ ଗିରଫ

ସୂଚନାଯୋଗ୍ୟ, ନୁରାନୀ ଅନେକ ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶିତ ପ୍ରସିଦ୍ଧ ଫିଲ୍ମ ହେଲା ବଡେ ଦିଲଓ୍ୱାଲା ଏବଂ ଜୋରୁ କା ଗୁଲାମ୍ । ଯାହା ୧୯୯୯ ଏବଂ ୨୦୦୦ରେ ମୁକ୍ତିଲାଭ କରିଥିଲା ।