ଭୁବନେଶ୍ୱର ୨୮।୧୨ : ଦୁଇଦିନିଆ କୋରାପୁଟ ଗସ୍ତରେ ରାଜ୍ୟ ଖଣି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ । ପ୍ରଥମ ଲକ୍ଷ୍ମୀପୁର ବ୍ଲକରେ ପହଞ୍ଚି ଓଏମ୍ସି ଅନୁଦାନରେ ଚାଲିଥିବା ସାଙ୍ଗନା ହାଇସ୍କୁଲ, ଡାକ୍ତରଖାନା ଏବଂ ଶିଳ୍ପ ତାଲିମ କେନ୍ଦ୍ର ବୁଲି ଦେଖିଥିଲେ । ଖଣି ନିର୍ଦ୍ଦେଶକଙ୍କ ପରିଦର୍ଶନ ସମୟରେ କୋରାପୁଟ ଜିଲ୍ଲାପାଳ ମନୋଜ ମହାଜନଙ୍କ ସମେତ ସିଡିଓ ବେଣୁଧର ଶବର ଓ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ବକ୍ସାଇଟ୍‌ ଏବଂ ଚୂନପଥର ଉତ୍ପାଦନକୁ କିପରି ସୁଦୃଢ କରାଯିବ । ସେନେଇ ସ୍ଥାନୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି 

ପ୍ରଥମ ଦିନରେ ଓଏମସି ନିର୍ଦ୍ଦେଶକଙ୍କ ସହ ବରିଷ୍ଠ ଅଧିକାରୀମାନେ ଆମ୍ବାଭାଲି ଚୂନପଥର ଖଣି ପରିଦର୍ଶନ କରିଥିଲେ । ଯେଉଁଠାରେ ସେ ଖଣିର କାର୍ଯ୍ୟକ୍ଷମତା, ସୁରକ୍ଷା ବ୍ୟବସ୍ଥା ଏବଂ ଉତ୍ପାଦ କ୍ଷମତାର ସମୀକ୍ଷା କରିଥିଲେ । କାର୍ଯ୍ୟକ୍ଷମ ଦକ୍ଷତା ମୂଲ୍ୟାଙ୍କନ କରିବା ପାଇଁ କାର୍ଯ୍ୟରତ ଅଧିକାରୀଙ୍କ ସହିତ ଆଲୋଚନ କରିଥିଲେ । ଏହାସହିତ ନିରାପତ୍ତା ଏବଂ ପରିବେଶଗତ ମାନଦଣ୍ଡକୁ କଠୋର ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।୨ୟ ଦିନରେ ଓଏମସି ନିର୍ଦ୍ଦେଶକ, କୋରାପୁଟ ଜିଲ୍ଲାପାଳଙ୍କ ସହ ଅନେକ ପ୍ରଶାସନିକ ଅଧିକାରୀ କୋଡିଙ୍ଗାମାଲି ବକ୍ସାଇଟ୍‌ ଖଣି ପରିଦର୍ଶନ କରିଥିଲେ । ସେଠାରେ ବର୍ତ୍ତମାନର ଉତ୍ପାଦନ ସ୍ଥିତି, କଞ୍ଚାମାଲର ସୁରକ୍ଷା, ଶ୍ରମିକଙ୍କ ସୁରକ୍ଷା ଏବଂ ଆଗକୁ କିପରି ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ । ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

​​​​​​​