ନୂଆଦିଲ୍ଲୀ, ୧୬।୧୧ : ୧୫ ବର୍ଷୀୟ ଛାତ୍ରୀଙ୍କ ସହ ଅପ୍ରାକୃତିକ ଯୌନ ଉତ୍ପୀଡନ । ପାପ ସମ୍ପର୍କ ରଖୁଥିଲେ ଦିଦି । ସ୍କୁଲ ଛୁଟି ହେଲା ପରେ ବାଥରୁମକୁ ଡାକୁଥିଲେ । ଆଉ କଅଁଳ ଦେହକୁ ଉପଭୋଗ କରୁଥିଲେ । କିନ୍ତୁ ଏବେ ଏହି ପାପ ସମ୍ପର୍କ ଦିଦିଙ୍କୁ ମହଙ୍ଗା ପଡିଛି । ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଏହାସହ ୯ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି ।

ରିପୋର୍ଟ ଅନୁସାରେ, ଅକ୍ଟୋବର ୫ ତାରିଖରେ ସିଙ୍ଗାପୁର କୋର୍ଟ ଜଣେ ୩୫ ବର୍ଷୀୟ ଶିକ୍ଷୟତ୍ରୀଙ୍କୁ ଜେଲଦଣ୍ଡ ଶୁଣାଇଛନ୍ତି । ତାଙ୍କ ବିରୋଧରେ ଜଣେ ୧୫ ବର୍ଷୀୟ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ମାମଲା ରହିଛି । ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ସଙ୍ଗୀନ ମାମଲା ତାଙ୍କ ବିରୋଧରେ ଲାଗିଛି ।

କେବଳ ଏତିକି ନୁହେଁ ସେ ଅନ୍ୟ ଜଣେ ନାବାଳକଙ୍କ ସହ ମଧ୍ୟ ଦୁଷ୍କର୍ମ କରିଥିଲେ । ସେହିପରି ଅନ୍ୟ ଜଣଙ୍କ ସହ ପାପ ସମ୍ପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲେ । ସମସ୍ତ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ଶିକ୍ଷୟତ୍ରୀ ଏବଂ ଛାତ୍ରୀଙ୍କ ନାଁ ଗୋପନ ରଖାଯାଇଛି ।

Also Read :- ଭୁବନେଶ୍ୱରରେ ଘରଭଡ଼ା ନାଁରେ 'ଦଲାଲ ରାଜ୍' : ଦେଖିଲେ ହଜାରେ, ରହିଲେ ମାସିକିଆ ଭଡ଼ା, ମାଲିକ ବି ସାମିଲ !

ତଦନ୍ତରୁ ଜଣା ପଡିଥିଲା ଯେ, ଶିକ୍ଷୟତ୍ରୀ ଜଣଙ୍କ ନାବାଳକ ଛାତ୍ରୀଙ୍କ ସହ ଭିନ୍ନ ଭିନ୍ନ ସ୍ଥାନରେ ଶାରୀରିକ ସମ୍ପର୍କ ରଖିଥିଲେ । ଏପରିକି ସ୍କୁଲ ବାଥରୁମ୍, ବସ୍ ଏବଂ ଏକ ଷ୍ଟୁଡିଓରେ ମଧ୍ୟ ପାପ କାମ କରିବାକୁ ବାଧ୍ୟ କରିଥିଲେ । ଏହାଦ୍ୱାରା ଛାତ୍ରଜଣଙ୍କ ମାନସିକ ରୋଗରେ ପୀଡିତ ହୋଇଥିଲେ । ତାଙ୍କୁ ରାତିରେ ଖରାପ ସ୍ୱପ୍ନ ଆସୁଥିଲା । ପାଠପଢାରେ ସେ ଫୋକସ କରିପାରୁନଥିଲେ । ଏପରିକି ଅନ୍ୟ କାହାକୁ ବିଶ୍ୱାସ ମଧ୍ୟ କରିପାରୁନଥିଲେ ।

ଶୁଣାଣି ବେଳେ ଜିଲ୍ଲା କୋର୍ଟର ବିଚାରପତି ପଲ୍ ଚାନ୍ କହିଛନ୍ତି ଯେ, ଶିକ୍ଷୟତ୍ରୀ ଜଣଙ୍କ ଅତି ଘୃଣ୍ୟ କାର୍ଯ୍ୟ କରିଛନ୍ତି । ଯାହାକୁ କ୍ଷମା କରାଯାଇ ପାରିବ ନାହିଁ । ସେହିପରି ଆଇନଜୀବୀ କହିଛନ୍ତି ଯେ, ପୀଡିତା ହେଉଛନ୍ତି ସେକେଣ୍ଡାରୀ-୩ର ଛାତ୍ରୀ । ତାଙ୍କ ପରିବାରରେ କିଛି ସମସ୍ୟା ଥିଲା । ଏପରିକି ସେ ଏକ ମାନସିକ ରୋଗରେ ମଧ୍ୟ ପୀଡିତ । ଏସବୁର ସୁଯୋଗ ନେଇ ଦିଦି ଫାଇଦା ଉଠାଇଛନ୍ତି ।

ସୂଚନାଯୋଗ୍ୟ, ୨୦୨୩ ମସିହାରେ ଶିକ୍ଷୟତ୍ରୀଙ୍କ ସଂସ୍ପର୍ଶରେ ଛାତ୍ରୀଜଣଙ୍କ ଆସିଥିଲେ । ପରିବାରରେ ସସମ୍ୟାକୁ ନେଇ ସେ ଶିକ୍ଷୟତ୍ରୀଙ୍କୁ କହିଥିଲେ । ସେହି ବର୍ଷ ଏପ୍ରିଲରେ ଏସବୁ ହୋଇଥିଲା । ଯାହାପରେ ଅକ୍ଟୋବରରୁ ନଭେମ୍ବର ମାସ ଯାଏଁ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ଅକ୍ଟୋବର ୧୩ରେ ପ୍ରଥମେ ଏକ ଷ୍ଟୁଡିଓରେ ଶିକ୍ଷୟତ୍ରୀ ଦୁଷ୍କର୍ମ କରିଥିଲେ । ଏହାପରେ ୧୬ ତାରିଖରେ ବାଥରୁମରେ ଏବଂ ପରେ ଏକ ବସରେ ମଧ୍ୟ ପାପ ସମ୍ପର୍କ ରଖିଥିଲେ ।