କରଞ୍ଜିଆ ୯।୧: ନୃଶଂସ ବାପା । ପୁଅକୁ ହାଣି କଲା ହତ୍ୟା । କୁରାଢ଼ୀ ଚୋଟରେ ନେଲା ପୁଅର ଜୀବନ । ପୁଅଟିଏ ପାଇବା ପାଇଁ ଲୋକେ କେତେ ଦିଅଁ ଦେବତା ପୂଜା କରୁଥିବା ବେଳେ ଏଠି ପୁଅର ଜୀବନ ନେଇଯାଇଛି ଖୋଦ୍ ବାପା । ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଭରାଣ୍ଡିଆ ଗ୍ରାମର ଅନାମ ବାଉଁଶିଆ ନିଜ ବଡ଼ ପୁଅ ତପନ ବାଉଁଶିଆକୁ ଏକ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛନ୍ତି । ବାପା ଅନାମ ବାଉଁଶିଆ ଘରେ ରୋଷେଇ କରୁଥିବା ବେଳେ ପୁଅ ତପନ ମଦ ପିଇ ଘରକୁ ଆସିଥିଲେ । ବାପାଙ୍କୁ ପାଟିତୁଣ୍ଡ କରିବା ସହିତ ଗୋଇଠା ମାରିଥିଲେ ପୁଅ । ଏଥିରେ ବାପା ଅନାମ ରାଗିଯାଇ ଏକ କୁରାଢ଼ୀରେ ତପନକୁ ଆକ୍ରମଣ କରିଥିଲେ । ପୁଅକୁ ହତ୍ୟା କରିବା ପରେ ଠାକୁରମୁଣ୍ଡା ଥାନାରେ ନିଜେ ଯାଇ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ବାପା ।

ତେବେ ଏନେଇ ଠାକୁରମୁଣ୍ଡା ଥାନା ପୋଲିସ ଏକ ହତ୍ୟା ମାମଲା ରୁରୁ କରି ଅଧିକ ତଦନ୍ତ ଜାରି ରଖିଛି ।