ଚଣ୍ଡିଗଡ଼: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବଡ଼ ହଲଚଲ। ଭାରତୀୟ ଜନତା ପାର୍ଟି ଓ ଶିରୋମଣି ଅକାଳି ଦଳ ମଧ୍ୟରେ ପୁଣି ଥରେ ହୋଇଛି ମେଣ୍ଟ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଶିରୋମଣି ଅକାଳି ଦଳର ପ୍ରମୁଖ ସୁଖବୀର ସିଂ ବାଦଲ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି। ଦୁଇ ଦଳ ଦୀର୍ଘ ଛଅ ବର୍ଷ ପରେ ପୁଣି ଥରେ ଏକାଠି ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନ ଏକାଠି ଲଢିବାକୁ ଘୋଷଣା କରିଛନ୍ତି। ୨୦୨୦ରେ କୃଷି ଆଇନକୁ ନେଇ ଆନ୍ଦୋଳନ ପରେ ଶିରୋମଣି ଅକାଳି ଦଳ ବିଜେପି ସହ ମେଣ୍ଟରୁ ଓହରି ଯାଇଥିଲା।

ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା ବହୁତ ଖୁସିର କଥା ଯେ, ଏନଡିଏର ସବୁଠୁ ପୁରୁଣା ସହଯୋଗୀ ଅକା ଦଳ ପୁଣି ଥରେ ଏନଡିଏକୁ ଫେରି ଆସିଛି। ମୁଁ ଅକାଳି ଦଳର ସମସ୍ତ ସାଥୀ ଏବଂ ସର୍ଦ୍ଦାର ସୁଖବୀର ସିଂ ବାଦଲଙ୍କୁ ଏନଡିଏରେ ହୃଦୟତାର ସହ ସ୍ଵାଗତ କରୁଛି। ଅକାଳି ଦଳର ଆଗମନ ସହ ଏନଡିଏ ଏବେ ପୂରା ହୋଇଛି। ବାଦଲ ସାହାବଙ୍କ ପାର୍ଡି ବିନା ଏନଡିଏ ଅଧୁରା ଥିଲା। ପଞ୍ଜାବ ଏବଂ ପୂରା ଦେଶରେ ଏହି ମେଣ୍ଟ ହିନ୍ଦୁ-ଶିଖ ଭାଇଚାରାର ପ୍ରତୀକ ହେବ ଏବଂ ଦୁଇ ଦଳ ଏକାଠି ହୋଇ ଏହି ଦିଗରେ ଆଗକୁ ବଢିବେ।

Updating...