ଘଟଗାଁ: ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ସାରୁପାଟ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ଅସନବାହାଳି ଗ୍ରାମର ଦୁଃଶାସନ ବାରିକ ଓ ଅନ୍ୟ ଦୁଇ ଜଣ ହେଲେ ବଳଭଦ୍ରପୁର ଗ୍ରାମର ମନ ଦଳେଇ ଓ ହିରଣ୍ୟ ସେନାପତି । ୨ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗାଡ଼ି ଗୁଡ଼ିକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି ।

News updating...