ବାଲେଶ୍ୱର ୨୯।୦୪ : ଚର୍ଚ୍ଚାରେ ପୁଣି ବାଲେଶ୍ବର FM କଲେଜ୍ । ଆଉ ଜଣେ HODଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସମୀର ସାହୁ ପରେ ଏବେ ଆଉ ଜଣେ ସାରଙ୍କ କଳା କାରନାମା ସାମ୍ନାକୁ ଆସିଛି । ସାର୍‌ ଜଣଙ୍କ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆଇସିସି କମିଟି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଓଡ଼ିଆ ବିଭାଗର ଛାତ୍ର ଛାତ୍ରୀ।

ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଥିବାର WhatsApp ଚାଟ୍ ମଧ୍ୟ ଏବେ ଭାଇରାଲ ହେଉଛି। ତେବେ ଏଭଳି ଏକାଧିକ ଛାତ୍ରୀଙ୍କୁ ମେସେଜ କରିଥିବା ବେଳେ ଏବେ ଡରାଇ ଧମକାଇ ଛାତ୍ରୀଙ୍କ ଫୋନରୁ ଡିଲିଟ କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। କେବଳ ଏତିକି ନୁହେଁ କ୍ଲାସ୍ ରେ ଘଣ୍ଟା ଘଣ୍ଟା ସମୟ ନେଇ ପାଠ ପଢ଼ାଇବା ବଦଳରେ ଅଶ୍ଳୀଳ କଥା କହୁଥିବାର ମଧ୍ୟ ଅଭିଯୋଗ ହୋଇଛି। ଯେଉଁ ମାନେ ଏହାକୁ ବିରୋଧ କରନ୍ତି ତାଙ୍କୁ ଟାର୍ଗେଟ କରି ବ୍ୟାକ୍ ଲଗାଇ ଦିଆ ଯାଉଥିବା ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।

Also Read:-ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ଘଟଣା, କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ RDC ତଦନ୍ତ ନିର୍ଦ୍ଦେଶ

ସେହିପରି ଅଭିଯୁକ୍ତ ପ୍ରଫେସର ସନ୍ତୋଷ ନାୟକଙ୍କ ବିରୋଧରେ ୯ଜଣ ଛାତ୍ରଛାତ୍ରୀ ଆଇସିସି ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପୂର୍ବରୁ ଆଉ ଜଣେ ଛାତ୍ରୀ ରିଜିଓନାଲ ଡାଇରେକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ସମ୍ପୃକ୍ତ ସାର୍‌ଙ୍କୁ ନାୟକଙ୍କୁ ମଧ୍ୟ ଏଚଓଡି ପଦରୁ ଅନ୍ତର ରଖାଯାଇଛି। ଅଭିଯୋଗର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ସନ୍ତୋଷ ନାୟକ ପୁଣି ଏକାଧିକ ଛାତ୍ରୀମାନଙ୍କୁ ଚାଟିଂ, ମେସେଜ ଦେଉଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ ଅଧକ୍ଷ ଦିଲୀପ କୁମାର ଦାସ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।