Palghar/Thrissur: ମଙ୍ଗଳବାର କେରଳର ତ୍ରିସୁରରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୪୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ବିସ୍ଫୋରଣ କେମିତି ଘଟିଲା ଏପର୍ଯ୍ୟନ୍ତ ଜଣାପଡ଼ି ନଥିବା ବେଳେ ମାମଲାର ତଦନ୍ତ ଜାରି ରହିଛି ବୋଲି ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସୋମବାରଠାରୁ ଆରମ୍ଭ ହୋଇଥିବା ତ୍ରିସୁର ପୁରମ୍ ଉତ୍ସବ ପାଳ ପାଇଁ କାରଖାନାରେ ବାଣ ତିଆରି କରାଯାଉଥିଲା। ଏହି ସମୟରେ ହଠାତ ଭୟଙ୍କର ବିସ୍ପୋରଣ ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ଅନୁଯାୟୀ, ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଥମ ବିସ୍ଫୋରଣ ଆରମ୍ଭ ହୋଇଥିଲା। ଏହାପରେ ମଝିରେ ମଝିରେ ଏକାଧିକ ବିସ୍ଫୋରଣ ହୋଇଥିଲା। ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା।

ବିସ୍ଫୋରଣ ସମୟରେ ପ୍ରାୟ ୪୦ ଜଣ ଲୋକ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଅନୁମାନ କରାଯାଉଛି ଏବଂ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏକାଧିକ ବିସ୍ଫୋରଣ ଯୋଗୁ ପୂରା ସ୍ଥାନ ଧୂଆଁମୟ ହୋଇଯାଇଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି।

Alos Read- ବାର ଡ୍ୟାନ୍ସର ଭାବେ କାମ ଆରମ୍ଭ, ପୁଣି... ଘରେ ଲୁଚାଇ ରଖିଥିଲେ ୬ କୋଟିର ଡ୍ରଗ୍ସ; ତଦନ୍ତରୁ ଚାଞ୍ଚଲ୍ୟକର ଖୁଲାସା

ଘଟଣାର ୧୩ ଜଣଙ୍କର ମୃତ୍ୟୁ ହୋଇଥିବା କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (KSDMA) ସ୍ପଷ୍ଟ କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ଏବଂ ଏବଂ ଘଟଣା ପାଇଁ ସେ ଦୁଃଖିତ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳଯ ଏକ୍ସରେ ପୋଷ୍ଟ କରି ଲେଖିଛି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପୀଡ଼ିତଙ୍କୁ ସମସ୍ତ ପ୍ରକାର ମେଡିକାଲ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମହାରାଷ୍ଟ୍ରରେ ବି ବାଣ ବିସ୍ପୋଣରେ ଗଲା ୮ ଜୀବନ

ମହାରାଷ୍ଟ୍ରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ମଙ୍ଗଳବାର (୨୧ ଏପ୍ରିଲ) ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ବାଣ ତିଆରି ୟୁନିଟରେ ବିସ୍ଫୋରଣ ଘଟି ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ପୁଲିସ ସୂଚନା ଦେଇଛି। ୱାଡା ତାଲୁକାର କନସାଇ ଗାଁରେ ଏହି ଦୁର୍ଘଟଣା ଘଟିଛି। ଗାଁରେ ଏକ ପୁରୁଣା ଫାର୍ମହାଉସ ଭିତରେ ଥିବା ଏକ ଟିଣ ଛାତ ଘରେ ଅସ୍ଥାୟୀ ଭାବେ ଚାଲୁଥିବା ବାଣ ତିଆରି ୟୁନିଟରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ବିସ୍ଫୋରଣ ଘଟିଥିଲା। ଏନେଇ ନାଗରିକ ବିପର୍ଯ୍ୟୟ ପରିଚାଳନା ସେଲରେ ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି।

କଦମ କହିଛନ୍ତି ଯେ ବିସ୍ଫୋରଣ ସମୟରେ ପ୍ରାୟ ୩୫ ଜଣ ଶ୍ରମିକ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ। ଏମାନେ "ସୁଇନ୍ ବୋମା" (ସୂତା ବନ୍ଧା ବାଣ) ତିଆରି କରୁଥିଲେ। ୱାଡା ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା କଥା ହେଲା ରାସାୟନିକ ମିଶ୍ରଣ ପ୍ରକ୍ରିୟା ଚାଲିଥିବା ସମୟରେ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଭେଳେ ଅନ୍ୟ ଜଣେ ମହିଳା ୯୦ ପ୍ରତିଶତ ପୋଡ଼ି ଯାଇଥିଲେ। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅନ୍ୟ ଚାରି ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ୱାଡା ଗ୍ରାମୀଣ ଡାକ୍ତରଖାନାକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ କିଛିଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଭିୱାଣ୍ଡି ଉପ-ଜିଲ୍ଲା ଡାକ୍ତରଖାନା ଏବଂ ଅନ୍ୟ ଏକ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ବିସ୍ଫୋରଣ ଘଟିବା ପରେ ଖବର ପାଇ ଉଦ୍ଧାର କରିବାକୁ ଅଗ୍ନିଶମ ସେବା ଏବଂ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବିସ୍ଫୋରଣ ପରେ ଲାଗିଥିବା ନିଆଁକୁ ଅଗ୍ନିଶମ ବାହିନୀ ଶୀଘ୍ର ନିୟନ୍ତ୍ରଣ କରିଥିଲା।

Also Read- West Bengal Election 2026: ପଶ୍ଚିମବଙ୍ଗରେ ସେନା ଛାଉଣୀ; ଟିଏମ୍ସି କହିଲା ,ସାମରିକ ଶୈଳୀରେ ରାଜ୍ୟ ଦଖଲ ଯୋଜନା କରୁଛି କେନ୍ଦ୍ର

ତାମିଲନାଡୁରେ ଯାଇଥିଲା ୨୫ ଜୀବନ

ଏହା ପୂର୍ବରୁ ରବିବାର ତାମିଲନାଡୁର ବିରୁଧୁନଗର ଜିଲ୍ଲାର କଟ୍ଟାନାରପଟ୍ଟି ଗାଁରେ ଏକ ଘରୋଇ ବାଣ କାରଖାନାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। କଟ୍ଟାନାରପଟ୍ଟିରେ ମୁଥୁମାନିକମଙ୍କ ମାଲିକାନାରେ ଥିବା 'ଭନାଜା' ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଥିଲା।

ଏଥିରେ ୮ ଜଣ ଶ୍ରମିକ, ଅଧିକାଂଶ ମହିଳା, ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କ ଶରୀରର ୬୦ ପ୍ରତିଶତ ପୋଡ଼ି ଯାଇଥିଲା। କେବଳ ସେତିକି ନୁହେଁ, ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ଏଥିରେ ୮ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣା ଗତ କିଛି ବର୍ଷ ମଧ୍ୟରେ ଏହି ଅଞ୍ଚଳର ସବୁଠାରୁ ଘାତକ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଗୋଟିଏ ଥିଲା।