ନୂଆଦିଲ୍ଲୀ: ଭାରତରେ ଇନଷ୍ଟାଗ୍ରାମ ଅଲଗୋରିଦମରେ ବଡ଼ ପରିବର୍ତ୍ତନ ହେଉଛି। ରାଜନୈତିକ ପୋଷ୍ଟ ଲୋକଙ୍କ ପାଖରେ ପହଞ୍ଚିବା ଓ ଏଥିରେ ଲୋକଙ୍କର ପ୍ରତିକ୍ରିୟା(ଲାଇକ, କମେଣ୍ଟ ଓ ଶେୟାର) କମି ଯାଇଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ କେନ୍ଦ୍ରମନ୍ତ୍ରୀ ଓ ବିରୋଧୀ ନେତାଙ୍କ ଆକାଉଣ୍ଟରେ ଲୋକଙ୍କ ସକ୍ରିୟତା ହ୍ରାସ ପାଇଛି। ତେବେ ରୋଚକ କଥା ହେଉଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ କ୍ଷମତାସୀନ ବିଜେପି ଉଭୟ ଦଳର ଫଲୋର୍ସ ସଂଖ୍ୟା ବଢ଼ିଛି।

ପ୍ରକୃତରେ ଇନଷ୍ଟାଗ୍ରାମ ପ୍ୟାରେଣ୍ଟ କମ୍ପାନୀ ମେଟା ଭାରତ ପାଇଁ ନିଜର ରିକମେଣ୍ଡେସନ ସିଷ୍ଟମରେ ପରିବର୍ତ୍ତନ କରିଛି। ଅଶ୍ଳୀଳ ଓ ହିଂସକ କଣ୍ଟେଟକୁ ଚିହ୍ନଟ କରିବା ପାଇଁ କମ୍ପାନୀ ଏଆଇର ସାହାରା ନେଉଛି। ଏଭଳି କଣ୍ଟେଣ୍ଟ ଲୋକଙ୍କୁ ରିକମେଣ୍ଡ କରିବାକୁ ସୀମିତ କରିଦିଆଯାଉଛି ବୋଲି ମେଟା କହିଛି। ତେଣୁ ଏହି କାର୍ଯ୍ୟାନୁଷ୍ଠାନ ମଧ୍ୟରେ ସୋସିଆଲ୍ ମିଡିଆରେ ରାଜନୈତିକ କଣ୍ଟେଟ ପରିବର୍ତ୍ତନ ହେବା ମେଟାର କାର୍ଯ୍ୟାନୁଷ୍ଠାନ ସହ ଯୋଡ଼ି ଦେଖାଯାଉଛି।

କମ୍ପାନୀ କହିଲା, ଅଭିଯୋଗ ଅଧା କମିଯାଇଛି

ଏହି ପରିବର୍ତ୍ତନ ପରେ କମ୍ପାନୀ କହିଛି ଯେ ଅଶ୍ଳୀଳ ଓ ହିଂସକ କଣ୍ଟେଣ୍ଟ ଆସୁଥିବା ନେଇ ଭାରତୀୟ ୟୁଜରଙ୍କ ଅଭିଯୋଗ ଗତବର୍ଷ ଅପେକ୍ଷା ଅଧା କମିଯାଇଛି। ତେବେ ଏନେଇ କମ୍ପାନୀ କୌଣସି ନିର୍ଦ୍ଦିଷ୍ଟ ଡାଟା ଦେଇ ନାହିଁ। ପୂର୍ବରୁ କେତେ ଅଭିଯୋଗ ଆସିଥିଲା, କେତେ କମିଛି, ଏବେ କେଉଁ ପ୍ରକାର ଅଭିଯୋଗ ଅଧିକ ଆସିଛି, ସେ ନେଇ ମେଟା ସ୍ପଷ୍ଟ କରି ନାହିଁ।

Also Read- 'ବାପାଙ୍କ ସୁରକ୍ଷା ହଟାଇ ଦିଆଯାଇଥିଲା, ଯଦ୍ୱାରା ତାଙ୍କୁ ହତ୍ୟା କରାଯିବ’, ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ରାହୁଲଙ୍କ ବଡ଼ ଅଭିଯୋଗ

କେବଳ ସେତିକି ନୁହେଁ, ଦଳଗୁଡ଼ିକର ଫଲୋଅର୍ସ କେତେ ବଢ଼ିଛନ୍ତି ? କେତେଟି ପୋଷ୍ଟର ଲୋକ ପହଞ୍ଚକୁ ରୋକାଯାଇଛି ? ଓ କେତୋଟି ଆକାଉଣ୍ଟ ଉପରେ ଏହାର ପ୍ରଭାବ ପଡ଼ିଛି ? ସବୁଠାରୁ ବଡ଼ କଥା ହେଲା ରାଜନୈତିକ ଓ ସାମଚାର ସହ ଜଡ଼ିତ ସାମଗ୍ରୀ ଦୃଶ୍ୟରେ କଣ ପରିବର୍ତ୍ତନ ଅଣାଯାଇଛି, ସେନେଇ କମ୍ପାନୀ କୌଣିସ ଖୁଲାସା କରି ନାହିଁ।

ନେତାଙ୍କ ଫଲୋଆର୍ସ କାହିଁକି କମିଲା ଦଳର କାହିଁକି ବଢ଼ିଲା ?

ଯେବେ କୌଣସି ନେତାଙ୍କର ପୋଷ୍ଟ କେବଳ ତାଙ୍କର ଫଲୋଅର୍ସଙ୍କ ପର୍ଯ୍ୟନ୍ତ ସୀମିତ ରଖାଯାଇଥାଏ, ଏହାକୁ ରିକମେଣ୍ଡ କରାଯାଏ ନାହିଁ, ଏଥିରେ ୟୁଜର ଏନଗେଜମେଣ୍ଟ ମଧ୍ୟ କମିଯାଏ। ଏହି ପୋଷ୍ଟରେ ଆସୁଥିବା ଲାଇକ, କମେଣ୍ଟ, ଭ୍ୟୁଜ ଓ ଶେୟାର କମିଯାଏ। ଏଲ୍ଗୋରିଦମ ନିଜ ଆଡ଼ୁ ରାଜନୈତିକ କଣ୍ଟଣ୍ଟ ଦେଖାଇବା କମ କରିଦେଲେ ୟୁଜର୍ସମାନେ ତାଜା ଅପଡେଟ୍ ପାଇଁ ଦଳର ଅଫିସିଆଲ ଆକାଉଣ୍ଟକୁ ଫଲୋ କରିବାକୁ ପଡ଼ିଥାଏ। ଏହି କାରଣରୁ ଦଳଗୁଡ଼ିକର ଫଲୋଅର୍ସ ସଂଖ୍ୟା ବଢ଼ିଥାଇପାରେ ବୋଲି କୁହାଯାଉଛି।

ଆଲ୍ଗୋରିଦମ ପରିବର୍ତ୍ତନ କଣ ହେବ ?

ଏଥିରେ କମ୍ପାନୀ ଏଆଇ ସାହାଯ୍ୟରେ ହିଂସକ ଓ ଅଶ୍ଳୀଳ କଣ୍ଟେଣ୍ଟ ଚିହ୍ନଟ କରିବ। ଲୋକଙ୍କ ପାଖରେ ଏହିଭଳି ପୋଷ୍ଟ ପହଞ୍ଚାଇବାକୁ ସୀମିତ କରିବ।ତେଣୁ ପୋଷ୍ଟ ପ୍ଲାଟଫର୍ମରେ ରହିଲେ ବି ଭାଇରାଲ ହେବ ନାହିଁ। ଏହାର ସିଧା ପ୍ରଭାବ ଇନଷ୍ଟାଗ୍ରାମ ରିଲ୍ସ,, ଏକ୍ସପ୍ଲୋର ଓ ସଜେଷ୍ଟଡ୍ ପୋଷ୍ଟ ଉପରେ ପଡ଼ିବ। ଗ୍ରାହକ ଫଲୋ କରି ନଥିବା ଅଜଣା ଆକାଉଣ୍ଟସର ହିଂସକ କିମ୍ବା ଅଶ୍ଲୀଳ କଣ୍ଟେଣ୍ଟ କମ ଦେଖାଯିବ।

ଅକ୍ଟୋବର ୧୦ ତାରିଖରେ ଭାରତ ସରକାର ମେଟାକୁ ଏହାର ରିକମେଣ୍ଡେସନ ସିଷ୍ଟମର ସମୀକ୍ଷା କରିବାକୁ କହିଥିଲେ। ଏହାର ପାଞ୍ଚ ସପ୍ତାହ ପରେ ମେଟା ଏହି ପରିବର୍ତ୍ତନ କରିଛି। ତେବେ କମ୍ପାନୀ କହିଛି ଯେ ବର୍ଷେ ହେଲା ଏହା ଉପରେ କାମ ଚାଲିଛି।

ତେବେ ଏଥିରେ ଏକ ବଡ଼ ସମସ୍ୟା ହୋଇପାରେ। ଯଦିଓ ମେଟା ସିଧାସଳଖ ରାଜନୈତିକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା କଥା କହି ନାହିଁ। କିନ୍ତୁ ଅଲଗୋରିଦମ ମଜଭୁତ ହେଲେ ଏଆଇ ଭୁଲରେ ବି କିଛି ରାଜନୈତିକ ଗମ୍ଭୀର ଖବର କିମ୍ବା ବିତର୍କକୁ ସମ୍ବେଦନଶୀଳ ଭାବି ଏହାର ପହଞ୍ଚକୁ ସୀମତି କରିଦେଇପାରେ।

Also read- ସମାଜବାଦୀ ପାର୍ଟିର ୨୬ ଆସନ ଅଫର୍ ଉପରେ ନିଆଁବାଣ କଂଗ୍ରେସ, ସାଂସଦ କହିଲେ-ଭିକ ମାଗୁନୁ

ମିଡିଆ ଓ ଡିଜିଟାଲ ବଶେଷଜ୍ଞଙ୍କ ଚିନ୍ତା

ମେଟାର ଏହି ପରିବର୍ତ୍ତନକୁ ନେଇ ସାମ୍ବାଦିକ ଓ ଡିଜିଟାଲ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଅକ୍ଟୋବର ମାସରେ ୧୭୪ ପୋଷ୍ଟ ଓ ୫୯ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଆକାଉଣ୍ଟ ମଧ୍ୟରୁ କିଛି ସାମ୍ବାଦିକଙ୍କ ଆକାଉଣ୍ଟ ବି ରହିଛି। ବିଶେଷଜ୍ଞଙ୍କ ଚିନ୍ତା ହେଲା ଅନେକ ସମୟରେ ଏଆଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବି ଭୁଲ୍ରେ ଅତି ସମ୍ବେଦନଶୀଳ ଭାବି ଅଟକାଇ ଦେଇପାରେ। ତେଣୁ ଭୁଲ ନିଷ୍ପତ୍ତିକୁ ସୁଧାରିବାର ସିଷ୍ଟମ ବି ଆଣିବା ଦରକାର ବୋଲି ସେମାନେ ଦାବି କରିଛନ୍ତି। ଏବଂ ସ୍ୱଚ୍ଛତା ପାଇଁ ଅଡିଟର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।