କରାଚୀ,୨୮|୦୬ଶନିବାର ପାକିସ୍ତାନର କରାଚୀରେ ଭୟଙ୍କର ବିସ୍ଫୋରଣ ଘଟିଛି । ସହରର ମୋସାମିୟତ୍ ଚୌରାଙ୍ଗୀ ଅଞ୍ଚଳରେ ଥିବା ଏକ ସୈନ୍ୟ ଆଡ୍ଡା ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହାସହ ପ୍ରବଳ ଗୁଳିଗୋଳା ମାଡ ହୋଇଛି । ପୂର୍ବରୁ ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଯାହା ଏବେ ୧୦ ଛୁଇଁଛି ।

ରିପୋର୍ଟ ଅନୁସାରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ସିନ୍ଧ ରେଞ୍ଜର୍ସ କାର୍ଯ୍ୟାଳୟର ପରିସରକୁ ପଶିଯାଇଥିଲା ଏବଂ ସେଠାରେ ବିସ୍ଫୋରଣ ଘଟାଇଥିଲା। ଏପରିକି ସେଠାରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଯାହାପରେ ଆତଙ୍କବାଦୀ ଏବଂ ପାକ୍ ରେଞ୍ଜର୍ସ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ।

Also Read :-କରାଚୀର ରେଞ୍ଜର୍ସ ମୁଖ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ, ଆଖିବୁଜା ଗୁଳିମାଡ଼; ୪ ଜଣଙ୍କ ମୃତ୍ୟୁ

ପ୍ରଥମ ବିସ୍ଫୋରଣ ଅତି ଶକ୍ତିଶାଳୀ ଥିଲା, ଏହା ପରେ ପରେ ଆଉ ଦୁଇଟି ଛୋଟ ଧରଣର ବିସ୍ଫୋରଣ ଶୁଣାଯାଇଥିଲା। ବିସ୍ଫୋରଣ ପରେ ପରେ ସେହି ଆତଙ୍କବାଦୀ ସଂଗଠନର ଅନ୍ୟ ସଦସ୍ୟମାନେ ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଆଖିମୁଜା ଗୁଳିମାଡ଼ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଅଧା ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଥିଲା।

ଭୟଙ୍କର ବିାସ୍ଫୋରଣ ଏବଂ ଗୁଳିମାଡ଼ର ଖବର ପାଇ ପୋଲିସ ଓ ସେନାବାହିନୀର ସ୍ୱତନ୍ତ୍ର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଆବାସିକ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି ଏବଂ ସାଧାରଣ ଲୋକଙ୍କ ଯାତାୟାତ ଉପରେ ରୋକ୍ ଲଗାଯାଇଛି। ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବା କିମ୍ବା ନିପାତ କରିବା ପାଇଁ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ଏକ ବଡ଼ ଧରଣର ସ୍ପେଶାଲ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

ତେବେ ଘଟଣାରେ ପାକ୍ ସେନାର ୪ ଜଣ ରେଞ୍ଜର୍ସ ପ୍ରାଣ ହରାଇଛନ୍ତି । ଏହାସହ ୬ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଘଟଣାରେ ପାକ୍ ରେ ସକ୍ରିୟ ଥିବା ଜମାତ-ଉଲ-ଅହରର ସମର୍ଥିତ ତେହେରିକ-ଏ-ପାକିସ୍ତାନର ହାତ ଥିବା ଦାବି କରାଯାଇଛି । ଅଘଟଣ ପରେ ସେନା ପକ୍ଷରୁ ବଡ ଧରଣର ଅପରେସନ ଆରମ୍ଭ ହୋଇଛି ।