ଭୁବନେଶ୍ୱର ୧୨/୦୩: ପଲ୍ଲୀରୁ ଦିଲ୍ଲୀ ରାଜ୍ୟସଭା ତାତି । ରୋଚକ ହେଲବାରେ ଲାଗିଛି ରାଜ୍ୟସଭା ରଣନୀତି । ଚତୁର୍ଥ ଆସନକୁ ନେଇ ଏବେ ଉଭୟ ଶାସକ-ବିରୋଧୀ କ୍ୟାମ୍ପ ସିରିୟସ । ଉଭୟ ପକ୍ଷର ଲକ୍ଷ୍ୟ କେବଳ ବିଜୟ । ସଂଖ୍ୟା ନଥାଇ ଶାସକ ଦଳ ଦମ୍ଭ ବାଢୁଛି । ହେଲେ ମ୍ୟାଜିକ ନମ୍ବରରୁ ଅଧିକ ଥାଇ ମଧ୍ୟ ଚିନ୍ତା ଏବଂ ଆଶଙ୍କାରେ ବିରୋଧୀ କ୍ୟାମ୍ପ । ଏସବୁ ଭିତରେ ବିଜେଡି-କଂଗ୍ରେସ ରାଜନୈତିକ ବାହାଘର ପୋଷ୍ଟକୁ ନେଇ ଚର୍ଚ୍ଚା ।

କଂଗ୍ରେସ-ବିଜେଡି ମିଳିତ ପ୍ରାର୍ଥୀ ଦେବାକୁ ନେଇ ସୋସିଆଲ ମିଡିଆରେ କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ । ସୋସିଆଲ ମିଡିଆରେ ଫଟୋ ସେୟାର କରି ଦୁଇ ଦଳକୁ ଖୁବ୍ ଚିଡ଼ାଇଛନ୍ତି । ପୋଷ୍ଟରେ ଅନିଲ କଂଗ୍ରେସ-ବିଜେଡିର ହୋଲି ମାଟ୍ରିମୋନି ବା ବାହାଘରର ନିମନ୍ତ୍ରଣ କାର୍ଡକୁ ପୋଷ୍ଟ କରିଛନ୍ତି । ଲେଖିଛନ୍ତି ୫୦ ବର୍ଷର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହଠାତ୍ ରୋମାନ୍ସରେ ଭରିଗଲା ।

 

ଅପ୍ରତ୍ୟାଶିତ ଆଶା କରନ୍ତୁ । ଏହା ଚିନ୍ତାଧାରାର ଏକ ମେଣ୍ଟ ନୁହେଁ, ବରଂ ହତାଶାର ଏକ ମେଣ୍ଟ- ଯେଉଁଠାରେ ସୁବିଧା ବିଶ୍ୱାସକୁ ପରାସ୍ତ କରେ ।କଂଗ୍ରେସକୁ ବିରୋଧ କରିବା ପାଇଁ ଗଠିତ ଦଳ ବିଜୁ ଜନତା ଦଳ, ଏବେ ଏହା ସହ ରୋଷେଇ ଘର ସେୟାର କଲାଣି । ଥରେ କଂଗ୍ରେସ ବିରୋଧୀ ଲହରରେ ରାଜନୀତି ଆରମ୍ଭ କରିବା ପରେ, ବିଜେଡି ସୁପ୍ରିମୋ, ନବୀନ ପଟ୍ଟନାୟକ, ଏବେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ପାଖରେ ବସିଛନ୍ତି ।

ଯିଏ ଦୀର୍ଘ ସମୟ ଧରି ନବୀନ ପଟ୍ଟନାୟକଙ୍କର ସବୁଠୁ କଠୋର ସମାଲୋଚକଙ୍କ ଭିତରୁ ଜଣେ ଥିଲେ। ଏହା ରାଜନୀତିର ବିଡ଼ମ୍ବନା ବୋଲି ଉଲ୍ଲେଖ କରି ରାଜନୈତିକ ଅସ୍ପୃଶ୍ୟତାରୁ ପୁଣି ଏକାଠି ପାଖରେ ବସିବାର ପରବିର୍ତ୍ତନ- ସମ୍ପୂର୍ଣ୍ଣ କପଟପୂର୍ଣ୍ଣ ଏବଂ ସୁବିଧାବାଦରେ ଭରା ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଅନିଲ।

also read...

ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରମିଳା, କହିଲେ ରାଜନୀତିରେ ସ୍ୱାମୀ-ସ୍ତ୍ରୀ ଅଲଗା