ସୁନ୍ଦରଗଡ ୧୭।୪: ଚୋରା ମଦ ଧରିବାକୁ ଯାଇଥିଲେ ଅବକାରୀ କର୍ମଚାରୀ ଆଉ ପୋଲିସ । ଗାଁରେ ପଶି ହେଲେ ହଟହଟ୍ଟା । ମଦ ଭାଟି କର୍ମଚାରୀଙ୍କୁ ଅଟକ ରଖି ନିର୍ଧୁମ ଛେଚିଲେ ମହିଳା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବାବୁଡ଼ିହି ଗାଁ ବସ୍ତିକୁ ଅବକାରୀ ଟିମ୍ ଚୋରା ମଦ ଧରିବାକୁ ଆସିଥିଲା । ସେମାନଙ୍କ ସହ ବାଲିଶଙ୍କରା ଦେଶୀ ମଦ ଭାଟିର ଜଣେ କର୍ମଚାରୀ ମଧ୍ୟ ଥିଲେ । ସେହି କର୍ମଚାରୀ ଜଣଙ୍କ ଗାଁକୁ ଆସି ଘରେ ଏକୁଟିଆ ଥିବା ଜଣେ ମହିଳାଙ୍କ ଘରକୁ ପଶି ଯାଇଥିଲେ । ଏକ ସାଦା କାଗଜରେ ତାଙ୍କୁ ଦସ୍ତଖତ କରିବାକୁ କହିଥିଲେ । ତେବେ ମହିଳା ଜଣକ ଭୟଭୀତ ହୋଇ ପାଟିତୁଣ୍ଡ କରିବାରୁ ଗାଁର ଅନ୍ୟ ମହିଳାଙ୍କ ସହ ଗ୍ରାମବାସୀ ମିଶି ଭାଟି କର୍ମଚାରୀକୁ କାବୁ କରି ଗୋଟିଏ ଘରେ ବନ୍ଦ କରି ଦେଇଥିଲେ । ଖବର ପାଇ ତଳସରା ପୋଲିସ ଆସି ଭାଟି କର୍ମଚାରୀକୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳେ ଗ୍ରାମବାସୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲା ।

Also Read:- Jatra Khabar : ଯାତ୍ରା ଅଭିନେତା ରୁଦ୍ର ନାରାୟଣ ଗୁରୁତର, ପଢନ୍ତୁ ପୁରା ଖବର...

ତେବେ ଗାଁ ବସ୍ତିରେ ଚୋରା ମଦ ଧରିବା ବାହାନାରେ ଅବକାରୀ ବିଭାଗ ସହ ମିଶି ଭାଟି କର୍ମଚାରୀ ମାନେ ଗାଁର ମହିଳା ମାନଙ୍କ ସହ ଖରାପ ବ୍ୟବହାର କରିବା, ଜୋର ଜବରଦସ୍ତ ବାଲିଶଙ୍କରା ସରକାରୀ ଦେଶୀ ମଦ ଭାଟିର ଦେଶୀ ପାଉଚ ମଦ ବିକ୍ରି କରିବାକୁ ବାଧ୍ୟ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।