କଟକ: ଜିଲ୍ଲାକୁ ନିଶାମୁକ୍ତ ରଖିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢାଉ ଜାରି ରହିଛି । ବିଶେଷ କରି ଡ୍ରଗ୍ସ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ଅବକାରୀ ବିଭାଗ । ଏହି କ୍ରମରେ ସୋମବାର କଟକ ଜଗତପୁର ନାନକାରେ ଚଢ଼ାଉ ହୋଇଛି । ଧଳା ଜହର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ନାନକା କାର୍ତ୍ତିକେଶ୍ୱର ପୂଜା ମଣ୍ଡପ ନିକଟରେ ଚଢାଉ କରି ଦୀପକ ସାହୁ ନାମକ ଜଣେ ଯୁବକଙ୍କୁ ଗିରଫ ଧରିଛି ।

ତା’ ନିକଟରୁ ୧୯୬ ଗ୍ରାମ ବ୍ରାଉନ ସୁଗାର ସହ ଗୋଟିଏ ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବା ନେଇ ଅନୁମାନ କରାଯାଉଥିବା ଗୁଇନ୍ଦା ବିଭାଗ କହିଛି । ତେବେ ତାକୁ ଗିରଫ କରି କୋର୍ଟରେ ହଜାର କରାଯାଇଥିଲେ ବି ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି ।

Also Read: ମାଲବାହୀ ଗାଡ଼ିର ଗୁପ୍ତ କୋଠରୀରେ ଥିଲା ପୁଳା ପୁଳା ଗଞ୍ଜେଇ, ଏମିତି ଧରିଲା ପୋଲିସ