ଭୁବନେଶ୍ୱର ୧୭।୦୧ : ଚୌଦ୍ୱାର ସର୍କଲ ଜେଲ୍‌ ସିନିୟର ସୁପରିଟେଣ୍ଡଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଚୌଦ୍ୱାର ସର୍କଲ ଜେଲ୍‌ ସିନିୟର ସୁପରିଟେଣ୍ଡ ସୁଜିତ କୁମାର ରାଉଳଙ୍କ ବିରୋଧରେ ପୂର୍ବତନ ଜେଲର ଆସିଛନ୍ତି ଅଭିଯୋଗ ।ଦସ୍ତଖତ ଜାଲିଆତି ଏବଂ ଅଫିସ ରେକର୍ଡ ହେରଫେର କରିଥିବାର ଅଭିଯୋଗ ଆଣିଛନ୍ତି ଚୌଦ୍ୱାର କାରଗାର ପୂର୍ବତନ ଜେଲର । ଚୌଦ୍ୱାରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ।