ଲଣ୍ଡନ : ବିଶ୍ୱର ସବୁଠାରୁ ବଡ଼ ଟେକ୍ କମ୍ପାନୀ ଗୁଗୁଲକୁ ୟୁରୋପୀୟ ୟୁନିଅନ୍ (EU) ପକ୍ଷରୁ ଲାଗିଛି ବଡ଼ ଝଟକା । EU ଗୁଗୁଲ୍ ଉପରେ ୧ ବିଲିୟନ୍ ଡଲାର ବା ୧୦୦୦ କୋଟି ଟଙ୍କାର ଜରିମାନା ଲଗାଇଛି। ଅଭିଯୋଗ ହେଉଛି, କମ୍ପାନୀ ନିଜର ସର୍ଚ୍ଚ ଇଞ୍ଜିନ ବଜାର ପ୍ରାଧାନ୍ୟକୁ ବ୍ୟବହାର କରି ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀମାନଙ୍କୁ ପଛରେ ପକାଇବା ସହ ପ୍ରତିସ୍ପର୍ଧାକୁ ବେଆଇନ ଭାବେ ପ୍ରଭାବିତ କରିଛି। ୟୁରୋପୀୟ ୟୁନିଅନ ପ୍ରତିଯୋଗିତା ନିୟାମକମାନେ ଗୁଗୁଲ୍ ବିରୋଧରେ କଡ଼ା ପଦକ୍ଷେପ ନେଇଛନ୍ତି। 

ଇୟୁର ଅଭିଯୋଗ ଅନୁସାରେ, ଗୁଗୁଲ୍ ନିଜର ବଜାର ପ୍ରାଧାନ୍ୟକୁ ବ୍ୟବହାର କରି ନିଜ ସେବାକୁ ଅଧିକ ପ୍ରାଥମିକତା ଦେଇଥିଲା ଏବଂ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିନଥିଲା। ଏହା ୟୁରୋପୀୟ ପ୍ରତିଯୋଗିତା ଆଇନର ଉଲ୍ଲଂଘନ ବୋଲି ନିୟାମକମାନେ କହିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ଗୁଗୁଲ୍ ଇୟୁର ତଦନ୍ତର ସମ୍ମୁଖୀନ ହୋଇଛି। ଏହା ପୂର୍ବରୁ ମଧ୍ୟ ସର୍ଚ୍ଚ, ଆଣ୍ଡ୍ରଏଡ୍ ଏବଂ ଅନଲାଇନ୍ ବିଜ୍ଞାପନ ସମ୍ବନ୍ଧୀୟ ମାମଲାରେ କମ୍ପାନୀ ଉପରେ ଜରିମାନା ଲାଗିଥିଲା। ଇୟୁର ଏହି ନିଷ୍ପତ୍ତି ପରେ ଆମେରିକା ଓ ୟୁରୋପ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ତିକ୍ତତା ବଢ଼ିବାର ଆଶଙ୍କା ରହିଛି। ସେପଟେ, ଗୁଗୁଲ୍ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିପାରେ ବୋଲି ଚର୍ଚ୍ଚା ହେଉଛି।

ଏହି ନିଷ୍ପତ୍ତି କେବଳ ଗୁଗୁଲ୍ ପାଇଁ ନୁହେଁ, ବରଂ ଆମେରିକାର ବଡ଼ ଟେକ୍ କମ୍ପାନୀମାନଙ୍କ ପାଇଁ ମଧ୍ୟ ଏକ ସ୍ପଷ୍ଟ ସନ୍ଦେଶ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏହା ଫଳରେ ଆମେରିକା ଓ ୟୁରୋପ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ମଧ୍ୟ ପ୍ରଭାବ ପଡ଼ିପାରେ। ତେବେ ଗୁଗୁଲ୍ ଏହି ନିଷ୍ପତ୍ତିକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବ କି ନାହିଁ, ଏବଂ ଏହାର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ,ତାହା ଆଗକୁ ଜଣାପଡିବ ।