ମୁମ୍ଵାଇ ୦୧।୦୭; ବଲିଉଡର ଚୁମ୍ଵନ ଦେବତା ଇମ୍ରାନ ହାସମି। ସେ ଖୁବ୍ ଶୀଘ୍ର ତାଙ୍କର କଲ୍ଟ କ୍ଲାସିକ୍ ଫିଲ୍ମ ‘ଆୱାରାପାନ’ର ସିକ୍ୱେଲ୍, ଆଣିବାକୁ ଯାଉଛନ୍ତି। ଫିଲ୍ମର ଟିଜର ପୂର୍ବରୁ ରିଲିଜ୍ ହୋଇସାରିଛି। ଇମ୍ରାନଙ୍କ ପ୍ରଶଂସକମାନେ ତଥା ଇମ୍ରାନ ଆର୍ମି ସିନେମାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଏହି ସମୟରେ, ଇମ୍ରାନ ହାସମି ବିଭିନ୍ନ ପ୍ରକାରର ଭୂମିକାରେ ପ୍ରଶଂସକମାନଙ୍କୁ ପ୍ରଭାବିତ କରିଛନ୍ତି। କିନ୍ତୁ, ଏକ ସମୟ ଥିଲା ଯେତେବେଳେ ସେ "ସିରିଆଲ୍ କିସର୍" ଭାବରେ ପ୍ରସିଦ୍ଧ ଥିଲେ। ତାଙ୍କ କ୍ୟାରିଅର ଆରମ୍ଭରୁ, ଇମ୍ରାନ ତାଙ୍କ କିସିଂ ଏବଂ ଇଣ୍ଟିମେଣ୍ଟ ସିନ୍ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଚଳଚ୍ଚିତ୍ର ମର୍ଡରରେ ମଲ୍ଲିକା ଶେରାୱତଙ୍କ ସହିତ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ଦର୍ଶକଙ୍କୁ ସ୍ତବ୍ଧ କରିଦେଇଥିଲା।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଇମ୍ରାନ ହାସମି ହରର୍ ଫିଲ୍ମ ‘ରାଜ୍ -୩’ ରେ ଅଭିନେତ୍ରୀ ଏଶା ଗୁପ୍ତାଙ୍କ ସହିତ ୨୦ ମିନିଟର କିସିଂ ସିନ୍ ପ୍ରଦର୍ଶନ କରିଥିଲେ। ଯାହା ବଲିଉଡ୍ ଇଣ୍ଡଷ୍ଟ୍ରିରେ ସବୁଠାରୁ ଲମ୍ବା ଲିପ୍-ଲକ୍ ଦୃଶ୍ୟର ରେକର୍ଡ ହାସଲ କରିଥିଲା।

ଏହା ବ୍ୟତୀତ, ଇମରାନ ତୁମ୍ ମିଲେ ଚଳଚ୍ଚିତ୍ରରେ ସୋହା ଅଲ୍ଲୀ ଖାନଙ୍କ ସହ ଏକ ଲମ୍ବା କିସିଂ ସିନ୍ ସେୟାର କରିଥିଲେ। କହିବାକୁ ଗଲେ ଏକ ପୁରୁଣା ସାକ୍ଷାତକାରରେ, ଇମରାନ ପ୍ରକାଶ କରିଥିଲେ ଯେ ତାଙ୍କ ପତ୍ନୀ ତାଙ୍କ ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକକୁ ନେଇ ଅସହଜ ଅନୁଭବ କରୁଥିଲେ। ଯାହା ଫଳରେ ସେ ପରବର୍ତ୍ତୀ ସମୟରେ ଏପରି ଦୃଶ୍ୟ କରିବା ବନ୍ଦ କରିଦେଇଥିଲେ।

ଇମ୍ରାନ ଥରେ କରଣ ଜୋହରଙ୍କ ଶୋ, କଫି ୱିଥ୍ କରଣରେ ସେୟାର କରିଥିଲେ ଯେ ସେ ତାଙ୍କ ପତ୍ନୀ ପରବୀନଙ୍କ ସହିତ ତାଙ୍କ ଚଳଚ୍ଚିତ୍ର ମର୍ଡର ଦେଖିବାକୁ ଥିଏଟରକୁ ଯାଇଥିଲେ। ଏକ ଇଣ୍ଟିମେଣ୍ଟ ସିନ୍ ସମୟରେ ସେ ରାଗିଯାଇଥିଲେ। ଏତିକି ହିଁ ନୁହେଁ ରାଗରେ ମୋ ହାତକୁ କାମୁଡି ଦେଇଥିଲେ। ଯାହା ଫଳରେ ରକ୍ତ ବାହାରିଥିଲା।

କହିବାକୁ ଗଲେ ଇମ୍ରାନ ଚଳଚ୍ଚିତ୍ରରେ ଅନେକ ଅନ୍ତରଙ୍ଗ ଏବଂ କିସିଂ ସିନ୍ କରିଛନ୍ତି ସତ ବାସ୍ତବ ଜୀବନରେ, ସେ ଜଣେ "ୱାନ ୱୁମେନ ମ୍ୟାନ" ଯିଏ ତାଙ୍କ ପତ୍ନୀ ପରବୀନ ସାହାଣୀଙ୍କୁ ବହୁତ ଭଲ ପାଆନ୍ତି।

ଦୀର୍ଘ ସମୟ ଡେଟିଂ ପରେ ୨୦୦୬ରେ ପରବୀନଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତି ୨୦୧୦ରେ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିଲେ। ତାଙ୍କ ପତ୍ନୀ ତାଙ୍କର ଶକ୍ତିର ସର୍ବୋତ୍ତମ ଉତ୍ସ। ଇମ୍ରାନ ଏହି ଇଣ୍ଡଷ୍ଟ୍ରିର ଏକ ବଡ ଅଂଶ। କିନ୍ତୁ ତାଙ୍କ ପତ୍ନୀ ସବୁବେଳେ ଲାଇମଲାଇଟରୁ ଦୂରରେ ରୁହନ୍ତି।