ଆଠଗଡ଼ ୦୧।୧୨ : ଆଠଗଡ଼କୁ ପୁଣି ଫେରିଲେ ହାତୀପଲ । ଗୋଟିଏ କି ଦୁଇଟି ନୁହେଁ ଏକାସାଙ୍ଗେ ୧୯ଟି ହାତୀ ଆଠଗଡ଼ ଅଞ୍ଚଳକୁ ପୁଣି ପ୍ରବେଶ କରିଛନ୍ତି । ଯାହାଫଳରେ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ।

୧୯ ଟିକିଆ ହାତୀ ପଲ ଚନ୍ଦକାରୁ ମହାନଦୀ ପାର୍‌ ହୋଇ ଆଠଗଡ଼ ବନାଞ୍ଚଳରେ ପ୍ରବେଶ କରିଥିଲେ । ପରେ ଡାଳଖାଇ ଠାକୁରାଣୀ ରାସ୍ତା ଦେଇ ସୁକାସିନ ସଂରକ୍ଷିତ ଜଙ୍ଗଲ ଦେଇ ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ବୁଲୁଥିଲେ । ସେଠାରୁ ଫେରି ହାତୀପଲ ରାସ୍ତା ପାର୍‌ ହେଉଥିବା ବେଳେ ଆଠଗଡ଼-ମୁଣ୍ଡଳି ଡାଳଖାଇ ଠାକୁରାଣୀ ମନ୍ଦିର ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳା ପ୍ରଭାବିତ ହୋଇଥିଲା । ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ କର୍ମଚାରୀ ପହଞ୍ଚି ହାତୀଙ୍କ ଗତିବିଧି ଉପରେ ନଜର ରଖିଛି । ଏତେ ପରିମାଣରେ ହାତୀପଲ ପୁଣି ଥରେ ଆଠଗଡ଼ ଅଞ୍ଚଳକୁ ଆସିଥିବାରୁ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।