ଭବାନୀପାଟଣା ୨୭।୦୮ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଧଡେଲ୍ ବିଟ୍‌ରେ ହାତୀ ଉପଦ୍ରବ । ଏହି ଉପାନ୍ତ ଅଞ୍ଚଳରେ ବର୍ଷ ସାରା ହାତୀଙ୍କ ଉପଦ୍ରବ ଥମିବାରେ ନାଁ ନେଉନାହିଁ । ଦିନକୁ ଦିନ ହାତୀପଲଙ୍କ ଉପଦ୍ରବ ବଢିବାରେ ଲାଗିଛି । ଯାହାଫଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ଲୋକଙ୍କ ଘରଦ୍ୱାର ଭାଙ୍ଗୁଛନ୍ତି ।

ଖବର ଅନୁଯାୟୀ, ମୁସାନାଳ ସେକ୍ସନ ଲାଞ୍ଜି ପଞ୍ଚାୟତ ଲଡାଙ୍ଗ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ ରାହୁଳ ଝିମରେଇ ଜଙ୍ଗଲରେ ହାତୀପଲ ଗାଁ ଭିତରକୁ ଆସି ଲଡ଼ାଙ୍ଗ ଗାଁର ସୁଧିର ହରିଜନଙ୍କ ଘର ଭାଙ୍ଗି ଛାରଖାର କରିଦେଇଛନ୍ତି । ହାତୀଙ୍କୁ ଦେଖି ସୁଧିରଙ୍କ ପରିବାର ଜୀବନ ବିକଳରେ ଘର ଛାଡ଼ି ଦୌଡିଥିଲେ । ଯାହାଫଳରେ ସେମାନେ ହାତୀଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିଲେ । ସକାଳୁ ଘରକୁ ଫେରି ଦେଖିଲା ବେଳକୁ ହାତୀପଲ ଘର ଭାଙ୍ଗିବା ସହିତ ବ୍ୟାପକ ନଷ୍ଟ କରିଛନ୍ତି । ଏପିରିକି ଚାଷ ହୋଇଥିବା ଫସଲକୁ ମଧ୍ୟ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।

Also Read:-ସତ ହୋଇଗଲା ଭବିଷ୍ୟବାଣୀ ! ବହୁ ବର୍ଷ ପୂର୍ବରୁ ନେପାଳ କଥା କହିଦେଇଥିଲେ ଏହି ମହିଳା, ଆଗକୁ ଘଟିବ ଏମିତି...

ଅନ୍ୟପଟେ ଘଟଣା ସଂପର୍କରେ ଖବର ପାଇଁ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପରିଦର୍ଶନ କରି ତଦନ୍ତ କରିଛନ୍ତି । ଏହାସହ କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ବନବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଉକ୍ତ ଅଞ୍ଚଳରେ ବାରମ୍ବାର ଘଟୁଥିବାରୁ ତିବ୍ର ଅସନ୍ତୋଷ ଦେଖାଦେଇଛି । ଜନଜୀବନ ସୁରକ୍ଷା ପାଇଁ ହାତୀପଲକୁ ତୁରନ୍ତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।