ଭଦ୍ରକ ୨୨।୦୬ : ବିଦ୍ୟୁତ କର୍ମଚାରୀଙ୍କୁ ନିର୍ଦ୍ଧୁମ ମାଡ଼। ହୁକ ପକାଇ ବିଦ୍ୟୁତ ଚୋରି କରୁଥିଲେ। ଦୁଇ ଥର ଧରା ପଡ଼ି ଫାଇନ୍ ଦେଇଥିଲେ । ତୃତୀୟ ଥର ହୁକ ପକାଇ ଲାଇନ୍ ଜଳାଉଥିବା ବେଳେ ବିଦ୍ୟୁତ୍ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଚଢାଉ କରିବାରୁ ନିସ୍ତୁକ ମାଡ଼ ମାରିଲେ।

ଖବର ଅନୁଯାୟୀ, ବାଉଁଶରେ କର୍ମଚାରୀଙ୍କୁ ପିଟା ଚାଲିଛି। ଇଟା ପଥର ମାଡ଼ କରାଯାଉଛି। ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ବନ୍ତ ଥାନା ଚଣ୍ଡୀପୁର ଅଞ୍ଚଳର। ବିଦ୍ୟୁତ୍ ବିଭାଗ ଏନଫୋର୍ସମେଣ୍ଟ ଟିମ୍ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି ହୁକ ପକାଇ ବିଦ୍ୟୁତ ଚୋରି କରୁଥିବା ପରିବାର। ଏନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ବନ୍ତ ଥାନାରେ ଏତଲା ଦିଆଯାଇଛି। ପୂର୍ବରୁ ହୁକ ପକାଇ ବେଆଇନ ଭାବେ ବିଦ୍ୟୁତ୍ ସଂଯୋଗ ନେଇଥିଲେ। ଦୁଇ ଥର ଫାଇନ ବି ଦେଇଛନ୍ତି। ତାଥାପି ଚୋରି ନିଶା ଯାଇନଥିଲା। ବିଦ୍ୟୁତ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିବା ଭିଡିଓ ଭାଇରାଲ ହେଉଛି।

Also Read:-