କଟକ ୧୮।୩: ଅଘଟଣ ଯେମିତି ଏସ୍‌ସିବି ପିଛା ଛାଡ଼ୁନି । କଟକ ବଡ଼ ମେଡିକାଲ ଟ୍ରମା କେୟାର ଆଇସିୟୁ ନିଆଁ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏସ୍ସିବିରେ ଧୂଆଁ ଦେଖିବାକୁ ମିଳିଛି । ଏସ୍‌ସିବି ନନ୍ ଟ୍ରମା କାଜୁଆଲିଟିରେ ସର୍ଟ ସର୍କିଟ୍ ହୋଇଛି । ଇଲେକ୍ଟ୍ରି ବୋର୍ଡରେ ସର୍ଟ ସର୍କିଟ୍ ହୋଇଥିବା ସୂଚନା ମିଳିଛି । ଧୂଆଁ ବାହାରିବା କାରଣରୁ ସ୍ମୋକ୍ ଡିଟେକ୍ଟର ଆକ୍ଟିଭ ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚିଥିଲେ । ତେବେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ନନ୍ ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କଟକ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୧୨ ଜଣଙ୍କର ଜୀବନ ଯାଇଥିଲା । ତେବେ ବୁଧବାର ନନ୍ ଟ୍ରମା କାଜୁଆଲିଟିରେ ଏଭଳି ସର୍ଟ ସର୍କିଟ୍ ଘଟଣା ରୋଗୀଙ୍କୁ ଭୟଭୀତ କରିଛି ​​​​​​​

Also Read:- Shree Mandira: ଆସୁଛି କି ବଡ଼ ବିପଦ ? କି ସଙ୍କେତ ଦେଉଛି ନୀଳଚକ୍ର ଉପରେ ବାରମ୍ବାର ଚିଲ