ଚାନ୍ଦବାଲି ୧୫।୮: ବାଣ ତିଆରି ଗୋଦାମରେ ଅଗ୍ନିକାଣ୍ଡ । ଭୟାବହ ଅଗ୍ନିକାଣ୍ଡରେ ବୃଦ୍ଧଙ୍କ ମୃତ୍ୟୁ l ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପରମାନନ୍ଦପୁରରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପରମାନନ୍ଦପୁରରେ ଭୟାବହ ଅଗ୍ନିକାଣ୍ଡ । ଶୁକ୍ରବାର ରାତିରେ ଭାଗିରଥୀ ପାତ୍ରଙ୍କ ବାଣ ତିଆରି ଗୋଦାମରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ଘଟଣା ସମୟରେ ସେହି ଘର ଭିତରେ ବାଣ ମିସ୍ତ୍ରୀ ଭାବେ କାମ କରୁଥିବା ପ୍ରାୟ ୭୦ ବର୍ଷ ବୟସ୍କ ବିଶ୍ଵନାଥ ପାଣି ଶୋଇଥିଲେ । ଅଗ୍ନିକାଣ୍ଡରେ ସେ ଗୁରୁତର ଭାବେ ପୋଡ଼ିଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଚାନ୍ଦବାଲିରୁ ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଗୋଦାମରେ ଥିବା ସାମଗ୍ରୀ ସମେତ ଅନେକ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା ।

Also Read:- ବିଜେପି, ବିଜେଡି ଓ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ; ଶହୀଦଙ୍କୁ ମନେ ପକାଇଲେ ନେତା

ଘଟଣାସ୍ଥଳରେ ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ପହଞ୍ଚି ମୃତ ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ପରେ ମୃତଦେହକୁ ଚାନ୍ଦବାଲି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ତେବେ ଏହି ଭୟାବହ ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ, ତାହା ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

Watch Video: