ନୂଆଦିଲ୍ଲୀ ୦୩। ୦୬:ଏଲନିନୋ ନୁହେଁ ମାଡି ଆସୁଛି ସୁପର ଏଲନିନୋ।ସାରା ବିଶ୍ବରେ କିଛି ମାସରେ ଦେଖାଦେଇପାରେ ଭୟଙ୍କର ପ୍ରାକୃତିକ ବିପଦ । ଏନେଇ ବିଶ୍ବକୁ ସତର୍କ କରାଇଛି ବିଶ୍ବ ପାଣିପାଗ ସଂସ୍ଥାନ। ଏକ ଶକ୍ତିଶାଳୀ ଏଲ ନିନୋ ସାରା ବିଶ୍ବର ପାଣିପାଗ ଚକ୍ରକୁ ଗଡ଼ବଡ଼ କରିପାରେ ବୋଲି ସତର୍କ କରାଇ ଦେଇଛି ବିଶ୍ବ ପାଣିପାଗ ସଂଗଠନ, WMOସାରା ଦୁନିଆରେ ଆଗାମୀ କିଛି ଦିନ ଭିତରେ ସୁପର ଏଲନିନୋ ପ୍ରଭାବ ଦେଖାଦେଇପାରେ। ୧୮୭୭ରେ ଆସିଥିବା ବିନାଶକାରୀ ଏଲନିନୋ ଭଳି ଏହା ପ୍ରଭାବିତ କରିପାରେ।

କହିଛି ଯେ ଏହି ବର୍ଷ ସାରା ବିଶ୍ୱରେ ଅତି ଖରାପ ପାଗ ଅନୁଭୂତ ହେବ। ଜଳବାୟୁ ପରିବର୍ତ୍ତନକୁ ଗୁରୁତର କରିପାରେ ଏହି ଶକ୍ତିଶାଳୀ ଏଲନିନୋ।ବିଶ୍ବର ଏକାଧିକ ବଡ଼ ଅଂଶରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇପାରେ। ଏହାଦ୍ବାରା ଭାରତ ବି ଅନେକ ପରିମାଣରେ ପ୍ରଭାବିତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ସପ୍ତାହ ଭାରତ ଉପରେ ବି ଏହାର ପ୍ରଭାବ ପଡ଼ିପାରେ। ବିଶ୍ବର ଅନେକ ସ୍ଥାନରେ ଗ୍ରୀଷ୍ମ ଲହରୀ, ବନ୍ୟା ଏବଂ ମରୁଡ଼ି ଆସିପାରେ, ତେଣୁ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ତାକୁ ନେଇ ଆକଳନ ଚାଲିଛି।

ବିଶ୍ୱ ପାଣିପାଗ ସଂଗଠନ କହିଛି ଯେ ଜୁନ୍ ଏବଂ ଅଗଷ୍ଟ ମଧ୍ୟରେ ଏଲ ନିନୋ ସୃଷ୍ଟି ହେବା ନେଇ ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହା ଅତି କମରେ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବର୍ଷ ଏକ ଶକ୍ତିଶାଳୀ ଏଲ୍ ନିନୋ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା କିଛି ସ୍ଥାନରେ ଫ୍ଲାସ୍ ଫ୍ଲଡ କିମ୍ବା କିଛି ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି କରିପାରେ। ଏହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିପାରେ। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହକୁ ଦୁର୍ବଳ କରିପାରେ। ତେଣୁ ଜୁନରୁ ସେପ୍ଟେମ୍ବର ମଧ୍ୟରେ ହେଉଥିବା ବୃଷ୍ଟିପାତରେ ହ୍ରାସ ଘଟିପାରେ। ଭାରତ ସହ ସାରା ବିଶ୍ବରେ ୩ ମାସ ପାଇଁ ମରୁଡି ସ୍ଥିତି ଦେଖାଦେଇପାରେ। ଏହାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।

Also Read- The Midnight Sun Places: ଦୁନିଆର ଏମିତି ଏକ ସ୍ଥାନ, ଯେଉଁଠି ମାସ ମାସ ଯାଏଁ ହୁଏନି ରାତି ; ୨୪ ଘଣ୍ଟା ଚମକେ ସୂର୍ଯ୍ୟ