ନୂଆଦିଲ୍ଲୀ : ସାବଧାନ…ସତର୍କ ରହନ୍ତୁ, ଲୋଭୀ ମଣିଷର ହିସାବ କିତାବ  କରିବାକୁ ଆସୁଛି ସମୁଦ୍ର ରାକ୍ଷସ । ବ୍ରହ୍ମାଣ୍ଡର ସବୁଠୁ କ୍ରୂର, ଭୟଙ୍କର, ଗଣହନ୍ତା । କୋଟିକୋଟି ମଣିଷଙ୍କ ତାଜା ଲହୁ-ଲୁହରେ ରକ୍ତରଞ୍ଜିତ ରକ୍ତସ୍ନାନ କରିଥିବା, ଏଇ ରାକ୍ଷସର କୁମ୍ଭକର୍ନୀ ନିଦ ପୁଣି ଭାଙ୍ଗିଛି।  ପ୍ରଶାନ୍ତ ସାଗରର ଶାନ୍ତ ଛାତିରେ ଜ୍ବାଳାମୁଖୀ ହେବାକୁ ଯାଉଛି। ମୌସୁମୀ ଯେତେବେଳେ ଧୋକାବାଜ୍‌; ସେତେବେଳେ ମେ ୨୦୨୬ରୁ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଯିଏ ଭାରତରେ ତାଣ୍ଡବ ରଚିବାକୁ ଯାଉଛି, ତା ନାଁ, ସେ ସମୁଦ୍ର ରାକ୍ଷସର ନାଁ ଏଲନିନୋ।

ସତରେ କ’ଣ ଏଲନିନୋ-ରିଟର୍ନ। ୧୪୯ ବର୍ଷ ପରେ କ’ଣ ଫେରୁଛି ଏଲନିନୋ।  ସେୟା ତ କହୁଛନ୍ତି ପାଣିପାଗ ବିଭାଗ, ସେୟା ତ ଅନୁମାନ କରୁଛନ୍ତି ବୈଜ୍ଞାନିକ।କାରଣ ହେଉଛି ଅତ୍ୟଧିକ ଗ୍ରୀଷ୍ମପ୍ରବାହ, ଏ ଗ୍ରୀଷ୍ମପ୍ରବାହକୁ ଐତିହାସିକ ବି କହୁଛନ୍ତି।  ନ୍ୟାସନାଲ୍‌ ଓସିଆନିକ୍‌ ଆଣ୍ଡ ଆଟମସ୍‌ଫେରିକ୍‌ ଆଡମିନିଷ୍ଟେ୍ରସନ ବା ନୋଆର କହିବା କଥା, ୨୦୨୬ ମେ-ଜୁନ୍‌ ମାସ ଭିତରେ ଏଲନିନୋ ଆସିପାରେ, ଏହାର ସମ୍ଭାବନା ୬୨ ପ୍ରତିଶତ ରହିଛି।

ସବୁଠୁ  ଭୟଙ୍କର କଥା, ଏଥରର ଏଲନିନୋର କ୍ୟାଟେଗୋରୀ ‘ସୁପର’ରେ ଯାଉଛି। କିନ୍ତୁ ପୂର୍ବରୁ ୫-୫ ଥର ଆସିଥିବା ଏଲନିନୋ ସୁପର ନଥିଲା। ୧୪୯  ବର୍ଷ ତଳେ ଆସିଥିବା ଏଲନିନୋ ବି ସୁପର ନଥିଲା। ୧୮୭୭ ମସିହା, ଯେବେ ଭାରତରେ ବ୍ରିଟିଶ୍‌ ରାଜ୍‌। ଏଲନିନୋ ଆସିଥିଲା।ଏଲନିନୋ ପାଇଁ ଏମିତି ଦୁର୍ଭିକ୍ଷ ପଡ଼ିଥିଲା,  ମହାରାଷ୍ଟ୍ର ଏବଂ ଗୁଜରାଟକୁ ନେଇ ବମ୍ବେ ପ୍ରେସିଡେନ୍ସୀ।

ମାଡ଼୍ରାସ ପ୍ରେସିଡେନ୍ସୀ, ହାଇଦ୍ରାବାଦ ଏବଂ ମହିଶୂରରେ ଏତେ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହା ସବୁ ରେକର୍ଡ଼ ଭାଙ୍ଗି ଦେଇଥିଲା। ପାଖାପାଖି ୨ କୋଟି ଲୋକଙ୍କୁ ମାରି ଦେଇଥିଲା ଏଲନିନୋ ପାଇଁ ସୃଷ୍ଟି ହୋଇଥିବା ଦୁର୍ଭିକ୍ଷ। ଅର୍ଥାତ୍‌ ମୋଟ ଜନସଂଖ୍ୟାର ୩ ପ୍ରତିଶତ।  ବିଲବାଡ଼ି ଫାଟି ଆଁ, ସୁନା ଦାମ୍‌ ରେ ଖାଦ୍ୟସାମଗ୍ରୀ ମିଳୁଥିଲା। ଭୋକରେ ଯେତିକି ଲୋକ ମରି ନଥିଲେ, ଜ୍ବର ଏବଂ ଦସ୍ତ ନାମକ ଏକ ରୋଗରେ ଅଧିକ ଲୋକ ମରିଥିଲେ। କୁପୋଷଣରୁ ବି ଲୋକଙ୍କ ଜୀବନ ଯାଇଥିଲା। କାରଣ  ଏଲନିନୋ ପ୍ରଭାବରେ ମୌସୁମୀ ଦୁର୍ବଳ ହେବାଯୋଗୁଁ କୂଅ, ପୋଖରୀ, ନଦୀ, ଝରଣାରେ ପାଣି ନଥିଲା। ପ୍ରଭାବିତ ହୋଇଥିଲେ ୫ କୋଟି ୮୫ଲକ୍ଷ ଲୋକ, ୟାପରେ ୧୮୮୦ରେ ପ୍ରଥମଥର ପାଇଁ ଫେମିନ୍‌ କୋଡ଼ ଆରମ୍ଭ କରିଥିଲେ ବ୍ରିଟିଶ୍‌ ସର୍କାର।

କେବଳ ଭାରତରେ ନୁହଁ, ଚୀନରେ ଏ ଏଲନିନୋ ପ୍ରାୟ ୧୩ ମିଲିୟନ ପ୍ରାଣ ନେଇଥିଲା।  ବ୍ରାଜିଲ୍‌ରେ ୨ ମିଲିୟନ ଲୋକଙ୍କ ଜୀବନ ନେଇଥିଲା ।  ସେତେବେଳେ ମଣିଷ ଶିଖିଥିଲା କି, ଯେତେବେଳେ ଏଲନିନୋ ଆସିବ, ଭାରତରେ ତାଣ୍ଡବ ରଚିବ। ୧୮୭୭ ର ସେ ଭୟଙ୍କର ତାଣ୍ଡବ ପରେ, ଏବେ ୨୦୨୬; ଏଲନିନୋର ଯନ୍ତ୍ରଣାମୟ ଯୁଦ୍ଧଭେରୀ ଶୁଭୁଛି। ସୁପର, ବିପଜ୍ଜନକ ଏଲନିନୋ।

ଆଉ  ପ୍ରଶାନ୍ତ ମହାସାଗରୁ ସୃଷ୍ଟି ହେଉଥଇବା ସମୁଦ୍ର ରାକ୍ଷସ ଏଇ  ଏଲନିନୋ ୧୪୦ ବର୍ଷ ପରେ ଫେରିବା କଥା ଏଥିପାଇଁ କୁହାଯାଉଛି, କାରଣ କାର୍ବନ ବ୍ରିଫ୍‌, ନୋଆ, ନାସା,  କୋପରନିକସ୍‌ ଏବଂ ବାର୍କଲେ ଆର୍ଥ ଭଳି ସଂଗଠନର ତଥ୍ୟ ଅନୁସାରେ ୧୪୯ ବର୍ଷ ଭିତରେ ୨୦୨୬ର ପାଣିପାଗ ସବୁଠୁ ଉତ୍ତପ୍ତ ରହିବ।  ମାର୍ଚ ସବୁଠୁ ଉତ୍ତପ୍ତ ମାସ ଥିଲା। ଏପ୍ରିଲ ବି କମ୍‌ ନ ଥିଲା।  ତେଣୁ ସବୁଠୁ  ଉତ୍ତପ୍ତ ବର୍ଷର ରେକର୍ଡ଼ ଭାଙ୍ଗିବ ୨୦୨୬। ଏବେ ତ ମହାରାଷ୍ଟ୍ରରେ ତାପମାତ୍ରା ୪୭ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଥିବାବେଳେ, ଉତ୍ତର ପ୍ରଦେଶର ଅଧିକାଂଶ ଜିଲ୍ଲାରେ ୫୦ ପାର୍‌।

ମଧ୍ୟପ୍ରଦେଶ, ରାଜସ୍ଥାନ,ଦିଲ୍ଲୀ, ପଞ୍ଜାବ, ହରିୟାଣା, ଏବଂ ଓଡ଼ିଶା ବି ଜଳୁଛି। ଅପ୍ରେଲ ୨୬ରେ ତ ଦେଶ ପିକ୍‌ ପାଓ୍ବାର ଡିମାଣ୍ଡ ୨୫୬ ଦଶମିକ ୧୧ ଗିଗାଓ୍ବାଟ୍‌ ରେକର୍ଡ଼ କରାଯାଇଥିଲା। ଆଉ କାହିଁକି ଦେଶ ଏତେ ଉତ୍ତପ୍ତ, ଏ ନେଇ ଭାରତୀୟ ପାଣିପାଗ ବିଭାଗ  ବା ଆଇ ଏମ୍‌ ଡ଼ି ଏବଂ  ନୋଆ ୬ କାରଣ କହିଛନ୍ତି।

୧) ଓ୍ବେଟ୍‌ ବଲ୍‌ ଟେମ୍ପରେଚର୍‌

୨) ହିଟ୍‌ ଡୋମ୍‌

୩) ଉତ୍ତପ୍ତି  ସହର ଏବଂ ଆଇଲାଣ୍ଡ ଇଫେକ୍ସ

୪) ବଢନ୍ତି ଜନସଂଖ୍ୟା ଓ ଅବ୍ୟବସ୍ଥା

୫) ବିଜୁଳି ଉପରେ ନିର୍ଭର 

୬) ଦୁର୍ବଳ ମୌସୁମୀ

ଅର୍ଥାତ୍‌ ଯାହା ଅନୁମାନ କରାଯାଉଥିଲା, ଶେଷରେ ସେୟା ହେଲା। ୨୦୨୬ ଅକ୍ଟୋବରରୁ  ୨୦୨୭ ଫେବୃଆରୀ ଭିତରେ ଏଇ ସୁପର ଏଲନିନୋ ଆଗମନ ସମ୍ଭାବନା  ଜୋରଦାର ହେଲା। କେଉଁଠି ଝଡ଼ ତ କେଉଁଠି ମରୁଡ଼ି ଏବଂ କେଉଁଠି ଭୀଷଣ ଗ୍ରୀଷ୍ମ… ଭାରତୀୟଙ୍କର ଏବଂ ଭାରତୀୟ ପାଣିପାଗ ବିଭାଗର ଚିନ୍ତା ବଢ଼ାଇ ଦେଇଛି।  ଯାହାର ମୂଳ ହେଉଛି ଗ୍ଲୋବାଲ୍‌ ଓ୍ବାର୍ମିଂ।

​​​​​​​Also Read- ତାତିରୁ ମିଳିବ ମୁକ୍ତି ! ସୃଷ୍ଟି ହେବ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷିବ ! ବଡ଼ ସୂଚନା ଦେଲା IMD