ସୋନପୁର: ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡିକୁ ଅଣ୍ଡା ମାଡ଼। ତରଭା ଗସ୍ତ ବେଳେ ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ ହୋଇଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ନିରଞ୍ଜନ ପୂଜାରୀ ରାମପୁର ବାସ ଭବନରୁ କାରରେ ତରଭା କମସରା ଅଞ୍ଚଳକୁ କୌଣସି କାମରେ ଯିବା ସମୟରେ ତରଭା ନୂଆ ବସ୍ ଷ୍ଟାଣ୍ଡ ନିକଟରେ କିଛି ଯୁବକ ଅଣ୍ଡା ମାଡ଼ କରିଛନ୍ତି । ଅବଶ୍ୟ ଅଣ୍ଡା ମାଡ଼ ହେବାର ଦେଖି ବିଧାୟକଙ୍କ ଗାଡ଼ି ଦ୍ରୁତ ଗତିରେ ସେଠାରୁ ଚାଲିଯାଇଥିଲା । ତେବେ କେଉଁ କାରଣରୁ ଓ କିଏ ଅଣ୍ଡା ମାଡ଼ କରିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ । ଏନେଇ ଥାନାରେ ମଧ୍ୟ କୌଣସି ରିପୋର୍ଟ ହୋଇନଥିବା ସୂଚନା ମିଳିଛି ।

Also Read: ମଜୁରୀ ମାଗିଲେ ଧମକ ! ତେଲେଙ୍ଗାନାରୁ ସହାୟତା ମାଗିଲେ ଓଡ଼ିଆ ଶ୍ରମିକ