ଭୁବନେଶ୍ବର ୩।୯: ଭୁବନେଶ୍ଵରରେ ଭୟଙ୍କର ସିରିଜ୍ ଦୁର୍ଘଟଣା । ଭୋର୍ ୪ଟା ୧୦ରେ ପଳାଶୁଣୀ ଛକ ଫୁଟ୍ ଓଭର ବ୍ରିଜ୍ ତଳେ ଦୁର୍ଘଟଣା । ଲୋକେ ଚା’ ପିଉଥିବା ବେଳେ ଚା’ ଦୋକାନ ଉପରେ ମାଡ଼ିଗଲା କାର୍ । ଦୁଇଟି କାର୍ ଏବଂ ଦୁଇଟି ବାଇକ୍ ଉପରେ କାର୍ ମାଡିଯାଇଛି । ଦୁର୍ଘଟଣାରେ ଗାଡ଼ି ଗୁଣ୍ଡ ହେବ ସହ ୪ ଜଣ ଗୁରୁତର ହୋଇଛନ୍ତି ।

ସିରିଜ୍ ଦୁର୍ଘଟଣାର ଛାତି ଥରା ଦୃଶ୍ୟ CCTVରେ କଏଦ ହୋଇଛି । ଦ୍ରୁତ ଗତିରେ ଆସି ପ୍ରଥମେ ବାଇକ୍କୁ ଘୋଷାଡ଼ି ନେଇଥିଲା । ପରେ କାର୍‌ରେ ଧକ୍କା ହୋଇ ଖୁଣ୍ଟରେ ବାଡେଇ ହୋଇଥିଲା କାର୍ । ଭୟରେ ଲୋକେ ଏଣେତେଣେ ଦୌଡ଼ିଥିଲେ । କିଛି ଲୋକ ଡ୍ରାଇଭରଙ୍କୁ ମାଡ଼ ମଧ୍ୟ ମାରିଥିଲେ । ପୋଲିସ ଆସି ଡ୍ରାଇଭରକୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଥିଲା ।

Also Read:- ବନ୍ୟା ସ୍ରୋତରେ ଧୋଇଗଲା ୨୦ ଫୁଟର ରାସ୍ତା, ସିଂହପୁରରୁ ଡିହଳୁଳା ଯୋଗାଯୋଗ ବିଚ୍ଛିନ୍ନ

ଘଟଣାସ୍ଥଳରେ ମଞ୍ଚେଶ୍ବର, ପାହାଳ, ସହିଦ ନଗର ଥାନା ପିସିଆର ପହଞ୍ଚିଥିଲା । ହାଇ ପାଟ୍ରୋଲିଂ ଗାଡ଼ି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ କରିଥିଲେ । ପିସିଆରରେ ଜଣକୁ ଏବଂ ଦୁଇଟି ଆମ୍ବୁଲାନ୍ସରେ ଅନ୍ୟ ଗୁରୁତରଙ୍କୁ ମେଡିକାଲ ନିଆଯାଇଛି । ଦୁର୍ଘଟଣା ଘଟାଇଥିବା କାର୍ରେ ଥିବା ଯୁବକ ମଧ୍ୟ ମେଡିକାଲରେ ଭର୍ତ୍ତି । ମଞ୍ଚେଶ୍ଵର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Watch Video: