ନୂଆଦିଲ୍ଲୀମଦ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ଙ୍କୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି ରାଉଜ ଏଭିନ୍ୟୁ କୋର୍ଟ। ରାୟ ଶୁଣାଇବା ବେଳେ ଆଜି କୋର୍ଟ ସିବିଆଇକୁ କଡ଼ା ସମାଲୋଚନା କରିଛନ୍ତି। ଅର୍ଥନୀତି ଉପରେ କୌଣସି ଜ୍ଞାନ ନାହିଁ ବୋଲି କହି ଭର୍ସନା କରିଛନ୍ତି। ତଦନ୍ତର ମୂଳ ଭିତ୍ତି ନେଇ ମଧ୍ୟ କୋର୍ଟ ପ୍ରଶ୍ନ କରିଛନ୍ତି।

ଗୁରୁବାର କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ମାମଲାରେ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ସହିତ ସରକାରୀ ଓକଲିଙ୍କୁ ସମାଲୋଚନା କରିଛନ୍ତି। ରାଉଜ୍ ଆଭେନ୍ୟୁ କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ସରକାରୀ ଓକଲିଙ୍କ କାହାଣୀ କେବଳ ଅନୁମାନ ଉପରେ ଆଧାରିତ। ଆଇନଗତ ଭାବରେ ସଠିକ ନୁହେଁ। ପ୍ରମାଣ ବିନା ଏହି ମାମଲା ଅଧିକ ପୂର୍ବାଗ୍ରହ ଉପରେ ଆଧିରିତ ବୋଲି କୋର୍ଟ କହିଛନ୍ତି।

ସିବିଆଇ ବିରୁଦ୍ଧରେ କଣ କହିଲେ କୋର୍ଟ?

ସରକାରୀ ଓକିଲଙ୍କ କେସ୍ ଆଇନସିଦ୍ଧ ପ୍ରାମାଣ ବିନା ଅଧିକ ଅନୁମାନ ଉପରେ ଗଢ଼ା ଯାଇଛି। ସିବିଆଇ ଏକ ସୁନ୍ଦର କାହାଣୀ କହିବାକୁ ଚେଷ୍ଟା କରିଥିଲା। ହେଲେ ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ପୂର୍ବ ନିର୍ଦ୍ଧାରିତ ଯୋଜନାକୁ ସମର୍ଥନ କରିବାକୁ ଏହାକୁ କେବଳ ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିଲା। ସିବିଆଇର ଥ୍ୟୋରି ଅଲଗା ଅଲଗା ପରିସ୍ଥିତି ଉପରେ ଆଧାରିତ ଥିଲା। ଏବଂ କୋର୍ଟକୁ କେବଳ ଅନୁମାନ କରି ଏଗୁଡ଼ିକୁ ଯୋଡ଼ି ଫଇସଲା ଶୁଣାଇବାକୁ କୁହାଯାଉଥିଲା। ଯାହା ଅପରାଧ ଆଇନ ଅନୁମତି ଦିଏ ନାହିଁ। ସିବିଆଇର ୧୨% ହୋଲସେଲ ମାର୍ଜିନ ଥ୍ୟୋରି ସ୍ପଷ୍ଟ ଭାବେ ଭୁଲ୍ ଓ ଆର୍ଥିକ ରୂପରେ ଅଶିକ୍ଷିତ ଓ ଆଇନଗତ ଭାବରେ ତିଷ୍ଟି ରହିପାରିବା ଭଳି ନୁହେଁ।

ସିବିଆଇର ଏହି ତଦନ୍ତ ଏକ ପୂର୍ବ ନିର୍ଦ୍ଧାରିତ ଯୋଜନାବଦ୍ଧ ଅଭ୍ୟାସ ବୋଲି ଜଣାପଡ଼ୁଛି। ଯେଉଁଥିରେ ପୂର୍ବର ଷଡ଼ଯନ୍ତ୍ରର କାହାଣୀ ଫିଟ୍ କରିବାକୁ ଚେଷ୍ଟା କରାଯାଇଥିଲା। ସରକାରୀ ନୀତି କାର୍ଯ୍ୟକାରୀ କରିବା ସମୟରେ ସରକାରୀ କର୍ମଚାରୀମାନେ ନିୟମିତ ସରକାରୀ କର୍ତ୍ତବ୍ୟ ପାଳନ କରୁଥିଲେ, ହେଲେ ତଦନ୍ତକାରୀ ଅଧିକାରୀ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଏହା ଆଇନ ଶାସନର ମୂଳ ନୀତି ଉପରେ ଏକ ଯୋଜନାବଦ୍ଧ କ୍ରମାଗତ ଆକ୍ରମଣ ବୋଲି ଯାଞ୍ଚରେ ଜଣାପଡ଼ିଛି।

ପଢ଼ନ୍ତୁ- ଆଖିରେ ବିଜୟ ଅଶ୍ରୁ, ଖୁସିରେ ସ୍ତ୍ରୀ-ପିଲାଙ୍କୁ କୁଣ୍ଢାଇଲେ: ପତ୍ନୀ ସୁନୀତା କହିଲେ ଉପରବାଲା....

ସିବିଆଇକୁ ଆହୁରି ଭର୍ତ୍ସନା କରି କୋର୍ଟ କହିଛନ୍ତି ଯେ ସିବିଆଇର କାର୍ଯ୍ୟପ୍ରଣାଳୀ ଅପରାଧିକ ତଦନ୍ତକୁ ଅଧିକାର ଛଡ଼ାଇ ନେବାର ଏକ ଅସ୍ତ୍ର ରୂପେ ପରିଣତ କରିବାର ବିପଦ ସୃଷ୍ଟି କରୁଛି। ଅପରାଧରୁ ଆୟ କରିବାର ଯେଉଁ ପୂର୍ବ ଧାରଣ ସୃଷ୍ଟି ହୋଇଛି, ଯାଞ୍ଚକର୍ମୀମାନେ ସେହି ଆଧାରରେ ଯାଞ୍ଚ କରିଥିବା ଦେଖିବାକୁ ମିଳିଲା। ଏଜେନ୍ସି କଣ୍ଟ୍ରୋଲ, ଫାଇଦା କିମ୍ବା ଅପରାଧିକ ଇଚ୍ଛାର ବିନା ପ୍ରମାଣରେ ସାଧାରଣ ପାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନକୁ ଅପରାଧିକରଣ କରିବାକୁ ଚେଷ୍ଟା କରିଛି।

ଅଭିଯୋଗକାରୀ ନିଜର ଓଜନ ଚାପରେ ନିଜ ଭୁଶୁଡ଼ି ପଡ଼ିଛନ୍ତି। କାରଣ ଯେଉଁ ନୀତି ଆପଣାଯାଇଥିଲା,ଏଥିରେ ସନ୍ଦେହ ସୃଷ୍ଟି ହେବାରୁ କେସ୍ରେ ଯାଞ୍ଚକୁ ମଜଭୁତ କରିଥିଲା। ସିବିଆଇ ଇଲେକ୍ସନ କମ୍ପେନ ଲଜିଷ୍ଟକକୁ ନେଇ ଯେଉଁ ତଦନ୍ତ କରିଥିଲା ଏହାକୁ କୋର୍ଟ ସେଲ୍ଫ କଣ୍ଡକ୍ଟ ଅଡିଟ୍ ବୋଲି କହିଛନ୍ତି। ଏବଂ ବିନା ପ୍ରମାଣରେ ଜଣେ ସରକାରୀ କର୍ମଚାରୀଙ୍କୁ ଫସାଇବା ପାଇଁ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିଶ କରିଛନ୍ତି। ଏବଂ ମାମଲାଟି "ନ୍ୟାୟପାଳିକା ଯାଞ୍ଚରେ ଛିଡ଼ା ହୋଇପାରିବ ନାହିଁ ଏହା ସମ୍ପୂର୍ଣ୍ଣ ଭାବରେ ବଦନାମ କରିବାକୁ କରୁଯାଇଛି ବୋଲି କୋର୍ଟ କହିଛନ୍ତି। ତଦନ୍ତ ବେଳେ ସିବିଆଇ ଯେଉଁ ସାଉଥ ଗ୍ରୁପ ବୋଲି ଟର୍ମ ବ୍ୟବହାର କରିଥିଲା, ଏହା ସମ୍ପୂର୍ଣ୍ଣ ଭାବେ ତଦନ୍ତକାରୀ ସଂସ୍ଥାର ମନମାନୀ ଏବଂ ପକ୍ଷପାତ ଥିଲା। ଏଥିରେ କୌଣସି ପ୍ରମାଣ ନଥିଲା ବୋଲି କୋର୍ଟ କହିଛନ୍ତି।

ଶେଷରେ କୋର୍ଟ କହିଥିଲେ ଯେ ଅଭିଯୋଗ କର୍ତ୍ତାଙ୍କ ଅଭିଯୋଗ କୌଣସି ତଥ୍ୟଭିତ୍ତିକ ନୁହେଁ ଏକ କାହାଣୀ ଉପରେ ଆଧାରିତ ଥିଲା। ଆଉ ଆଇନ୍ରେ କାହାଣୀ ଉପରେ ଆଧାରିତ ମାମଲାର କୌଣସି ସ୍ଥାନ ନାହିଁ ବୋଲି ଶୁଣାଣି ବେଳେ କହିଥିଲେ ରାଉଜ ଏଭିନ୍ୟୁ କୋର୍ଟ।