ନ୍ୟୁୟର୍କ,୭|୦୬ଥରିଲା ଭାରତର ପଡୋଶୀ ଦେଶ ପାକିସ୍ତାନ । ପାକିସ୍ତାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା.ହୋଇଥିବା ରେକର୍ଡ କରାଯାଇଛି ।

ପାକିସ୍ତାନର ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର ରିପୋର୍ଟ ଅନୁସାରେ, ଶୁକ୍ରବାର.ତୀବ୍ରତାର ଭୂମିକମ୍ପ ପାକିସ୍ତାନକୁ ଥରାଇ ଦେଇଥିଲା । ଶନିବାର ପୁଣି ଥରେ ଝଟକା ଲାଗିଛି । ଏହାର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ୭୫କିଲୋମିଟର ତଳେ ରହିଛି । ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନି । ତେବେ ଝଟକା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘରୁ ବାହାରକୁ ଚାଲି ଆସିଥିବା ଦେଖିବାକୁ ମିଳିଛି ।

Also Read :- ଭେନେଜୁଏଲା ଭୂମିକମ୍ପ : ଏବେସୁଦ୍ଧା ୯୨୦ ମୃତ, ୫୦ ହଜାର ନିଖୋଜ

ଭେନେଜୁଏଲା ଏବଂ ଫିଲିପାଇନ୍ସରେ ଭୂମିକମ୍ପ

ପାକିସ୍ତାନ ପୂର୍ବରୁ ବୁଧବାର ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଯେଉଁଥିରେ ପାଖାପାଖି ହଜାରରେ ଅଧିକ ଜଣ ପ୍ରାଣ ହରାଇଛନ୍ତି । ଏହାସହ୫୦ହଜାର ନାଗରିକ ଏବେବି ନିଖୋଜ ରହିଛନ୍ତି । ବଡ ବଡ ବିଲ୍ଡିଂ ଏବଂ କୋଠା ଭୁଶୁଡି ପଡିଛି । ଏବେବି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ସେହିପରି ଶୁକ୍ରବାର ଫିଲିପାଇନ୍ସରେ ଭୂମିକମ୍ପର ଝଟକା ଲାଗିଥିଲା । ରିକ୍ଚର ସ୍କେଲରେ ଏହାର ତୀବ୍ରତା ଥିଲା.। ଏଥିରେ କୌଣସି କ୍ଷୟକ୍ଷତିର ସୂଚନା ଏବେସୁଦ୍ଧା ମିଳିପାରି ନାହିଁ ।