ନୂଆଦିଲ୍ଲୀ, ୧୨/୧୦ : ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସୋମବାର ବିରୋଧୀ ଦଳ ‘ଇଣ୍ଡି" ମେଣ୍ଟ ଦିଲ୍ଲୀରେ ବିଶଳ ପଦଯାତ୍ରା ବାହାର କରିବ । ବିରୋଧୀ ସାଂସଦମାନେ ଜନ୍ତରମନ୍ତର ଯିବା ସମ୍ଭାବନା ମଧ୍ୟ ରହିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ସେସିଆର ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ଦେଶବାସୀଙ୍କୁ ପଦଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ।

Also Read :- Horoscope Today : ଅକ୍ଟୋବର ୧୨ ତାରିଖ,ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ରାହୁଲ କହିଛନ୍ତି, ଅମେମାନେ କୌଣସି ରାଜନୈତିକ ଦଳ, ବ୍ୟକ୍ତିବିଶେଷ, ପୁରୁଷ-ମହିଳା, ପୃଥକ୍ ରାଜ୍ୟର ନିବାସୀ, ଜାତି-ବର୍ଗ ଭାବେ ନୁହେଁ, ବରଂ ଭାରତର ନାଗରିକ ହିସାବରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବା । ଶନିବାର ଦିଲ୍ଲୀରେ ଦେଶର ଯୁବା ଶାନ୍ତିପୂର୍ଣ ଢଙ୍ଗରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନଙ୍କ ହୃଦୟରେ ଘୃଣା କିମ୍ବା କ୍ରୋଧ ନ ନଥିଲା। କେବଳ ପ୍ରେମ ଥିଲା। କିନ୍ତୁ ସେମାନଙ୍କୁ ପୁଲିସ ଏବଂ ବିଜେପିର ଗୁଣ୍ଡାମାନେ ମିଶି ମାରପିଟ୍ କଲେ । ଏଭଳି ଭାରତ ଅମେ ଚାହୁଁ ନାହୁଁ। ଭାରତୀୟ ହିସାବରେ ଆମେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ପ୍ରଧାନ ବିଚାରପତି ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଭେଟିବା । ତାଙ୍କୁ ଦେଶ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା । ଆମେ ଭୋଟ ଚୋରି ରେଳିବା, ଏସଆଇଆରକୁ ଶେଷ କରିବା, ଇଭିଏମକୁ ହଟାଇବା ଏବଂ ସିଇସି ଜ୍ଞାନେଶ କୁମରଙ୍କୁ ପଦଚ୍ୟୁତ କରିବା ଲାଗି ଦାବି ରଖିବା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ଏନଏସଏ ଅଜିତ ଡୋଭାଲ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ ଭାରତର ସ୍ବରକୁ ଚାପିଦେଇ ପରିବେ ନାହିଁ। ଡରିବାର କୌଣସି ଅବଶ୍ୟକତା ନାହିଁ I ଆମେ ସମସ୍ତେ ପ୍ରେମ, ଭାଇଚାରା ସହ ପଦଯାତ୍ରାରେ ଯିବା। ଦେଶଦ୍ରୋହୀ ଆମ ଉପରେ ଆକ୍ରମଣ କରିପାରିବେ ନାହିଁ । ସେମାନଙ୍କୁ ପଛକୁ ହଟିବାକୁ ପଡ଼ିବ । ସମଗ୍ର ହିନ୍ଦୁସ୍ଥାନ ପଦଯାତ୍ରା କରିବ ବୋଲି କହିଛତି ରାହୁଲ ।

ଅନ୍ୟପକ୍ଷରେ ଜଷ୍ଟିସ ସୂର୍ଯ୍ୟକାନ୍ତ ରାହୁଲ କିମ୍ବା ଇଣ୍ଡି ମେଣ୍ଟ ନେତାଙ୍କ ସହ ସାକ୍ଷାତ ଆବେଦନକୁ ଖାରଜ କରିଦେଇଛନ୍ତି। ସିଜେଆଇଙ୍କ କାର୍ଯ୍ୟାଳୟ ସୂତ୍ର ଅନୁସାରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ଇ-ମେଲ୍ ଯୋଗେ ବିରୋଧୀଙ୍କୁ କାରଣ ବାବଦରେ ଅବଗତ କରାଇଛନ୍ତି। ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ବେଳେ ଏଭଳି ବୈଠକ କରିବା ଅନୁଚିତ। ତା'ଛଡ଼ା ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବେ ନହିଁ I ନ୍ୟାୟିକ ପ୍ରକ୍ରିୟାରେ ବିରୋଧୀ ତଥା ସେମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା କରିପାରିବେ ।

ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ କହିଥିଲେ, ରାହୁଲ ସିଜେଆଇଙ୍କୁ ସକ୍ଷାତ କରିବାକୁ ସମୟ ମାଗିଛନ୍ତି। ସୋମବର ସନ୍ଧ୍ୟା ୪ଗରୁ ୫ଟା ମଧ୍ୟରେ ତାଙ୍କୁ ଭେଟିପାରନ୍ତି।