ନୂଆଦିଲ୍ଲୀ: ସମୁଦ୍ରର ଅଥଳ ଗର୍ଭରେ ରହୁଥିବା ମାଛ, ଯଦି କୂଳରେ ଭାସେ ତେବେ ତାର ପରିଣାମ କଣ ହୋଇପାରେ । ପୂର୍ବରୁ ଏହି ମାଛକୁ ନେଇ ବହୁ ଆଶଙ୍କା ପ୍ରକାଶ ପାଇଛି । ଆଉ ଏବେ ଏହି ଆଶଙ୍କା ଅକ୍ଷରେ ଅକ୍ଷରେ ସତ ହୋଇଥିବା କୁହାଯାଉଛି । ସେହି ମାଛ ହେଉଛି, ଡୁମ୍ସଡେ ଫିସ୍' (Doomsday Fish) ବା ଓଆରଫିସ୍ । ଏହି ମାଛ ସମୁଦ୍ରର ଉପରିଭାଗରେ ବା କୂଳରେ ଲାଗିବା ପରେ, ବିପଦ ମାଡ଼ିଆସିଛି । ମାଛ ଦେଖାଯିବାର ମାତ୍ର ୬ ଦିନ ପରେ ଇଣ୍ଡୋନେସିଆରେ ୬ ଟି ଜ୍ବାଳାମୁଖୀ ବିସ୍ଫୋରଣ ହୋଇସାରିଛି । ଏବେ ପ୍ରଶ୍ନ, ଆଗକୁ କଣ ହେବ ?

ଇଣ୍ଡୋନେସିଆର 'ପିଙ୍କ୍ ବିଚ୍'ରେ 'ଡୁମ୍ସଡେ ଫିସ୍' ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଖେଳିଯାଇଛି। ବିଶ୍ୱାସ କରାଯାଏ ଯେ, ଏହି ମାଛ ମିଳିବା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ଆସିଥାଏ। ଆଶ୍ଚର୍ଯ୍ୟଜନକ ଭାବରେ, ମାଛଟି ମିଳିବାର ୬ ଦିନ ପରେ ଇଣ୍ଡୋନେସିଆରେ ଏକାସାଙ୍ଗରେ ୬ଟି ଆଗ୍ନେୟଗିରିରୁ ଉଦ୍‌ଗୀରଣ (Volcanic Eruptions) ହୋଇଛି । ଅଗଷ୍ଟ ୨୫ ତାରିଖ ସକାଳେ କୋମୋଡୋ ଦ୍ୱୀପର ପିଙ୍କ୍ ବିଚରୁ ପ୍ରାୟ ୧୩ ଫୁଟ ଲମ୍ବର ଏକ ଓଆରଫିସ୍ ଉଦ୍ଧାର କରାଯାଇଥିଲା। 

ଅଗଷ୍ଟ ୩୧ ତାରିଖରେ ଇଣ୍ଡୋନେସିଆର ୬ଟି ପ୍ରମୁଖ ଆଗ୍ନେୟଗିରି (ସିନାବୁଙ୍ଗ, ଅନାକ କ୍ରାକାତାଉ, ଇବୁ, ଲେୱୋଟୋବି ପେରେମ୍ପୁଆନ୍, ଇଲି ଲେୱୋଟୋଲୋକ୍, ଏବଂ ସେମେରୁ)ରେ ଏକାସାଙ୍ଗରେ ବିସ୍ଫୋରଣ ଘଟିଥିଲା। ଏହା ପୂର୍ବରୁ ଅଗଷ୍ଟ ୨୬ରେ ଇଣ୍ଡୋନେସିଆଠାରୁ ୪,୬୦୦ କିଲୋମିଟର ଦୂର ନେପାଳରେ ଆକସ୍ମିକ ବନ୍ୟାରେ ୧,୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। 

ସେଣ୍ଟର ଫର୍ ଭୋଲକାନୋଲୋଜି ଅନୁଯାୟୀ, ଆଗ୍ନେୟଗିରି ଉଦଗୀରଣ ଏବଂ ଓଆରଫିସ୍ ଦେଖାଯିବା ମଧ୍ୟରେ କୌଣସି ବୈଜ୍ଞାନିକ ସମ୍ପର୍କ ନାହିଁ । ' ଏହି ମାଛ ସମୁଦ୍ରର ଅତ୍ୟନ୍ତ ଗଭୀରରେ ରହୁଥିବାରୁ କେବେ କେବେ ଉପରକୁ ଆସେ । ଜାପାନୀ ଲୋକକଥାରେ ଏହାକୁ ସମୁଦ୍ର ଦେବତାଙ୍କ ରାଜପ୍ରାସାଦର ଦୂତ ବୋଲି କୁହାଯାଏ।

 ୧୮୧୯ରେ ଜାପାନର ତ୍ସୁସିମା ଉପକୂଳରେ ୩୦ ଫୁଟର ଓଆରଫିସ୍ ଦେଖାଯାଇଥିଲା, ଯାହା ଆଗାମୀ ମହାମାରୀ ଓ ବିପତ୍ତି ବିଷୟରେ ସୂଚନା ଦେଇଥିଲା। ସେପଟେ ବୈଜ୍ଞାନିକମାନଙ୍କ ମତରେ, ସମୁଦ୍ର ନିମ୍ନରେ ଭୂକମ୍ପ କିମ୍ବା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସୁସ୍ଥ ହୋଇ ଏହି ମାଛଗୁଡ଼ିକ ଉପରକୁ ଭାସିଆସନ୍ତି। ଏହାକୁ କୌଣସି ଭବିଷ୍ୟବାଣୀ କିମ୍ବା ବିପତ୍ତିର ସଙ୍କେତ ଭାବରେ ଦେଖିବା କେବଳ ଏକ ଭ୍ରାନ୍ତ ଧାରଣା।