ତେହେରାନ,୨୬|୦୬ଇରାନର ମିନାବବାଳିକା ସ୍କୁଲ ଉପରେ ଆମେରିକା ମିସାଇଲ୍ ଆକ୍ରମଣ କରିଥିବା ଅଭିଯୋଗକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖଣ୍ଡନ କରିଛନ୍ତି । ସେ କହିଛତି ଯୁଦ୍ଧ ସମୟରେ ଚାରିପଟୁ ମିସାଇଲ ମାଡ଼ ହେଉଥିଲା । ତେଣୁ ବାଳିକା ସ୍କୁଲ ଉପରେ କିଏ ମିସାଇଲ ମାଡ଼ କରିଥିଲା ତାହା ଜାଣିବା କଷ୍ଟକର। 

ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି,କେହି କେହି ଅଭିଯୋଗ କରୁଛନ୍ତି କିବାଳିକା ସ୍କୁଲ ଉପରେ ପଡିଥିବା ମିସାଇଲ ଆମର । କିନ୍ତୁ ହୁଏତ ଏହା ଆମ ମିସାଇଲ୍ ହୋଇ ନ ଆଇପାରେ। ସେ ଏଭଳି କୌଣସି ପ୍ରମାଣ ଦେଖିନାହାନ୍ତିଯାହା ଫଳରେ କି ତାକୁ ଆମେରିକା ମିସାଇଲ୍ ବୋଲି କୁହାଯାଇପରିବ । କିନ୍ତୁ ୧୦ ଦିନ ତଳେ ଟ୍ରମ୍ପ ସ୍କୁଲ ଉପରେ ଆକ୍ରମଣ ଘଟଣାକୁ ଭୁଲ ବୋଲି ଦର୍ଶାଇଥିଲେ । କହିଥିଲେ ସ୍କୁଲ ଉପରେ ଜଣିଶୁଣି ଆକ୍ରମଣ କରାଯାଇନାହିଁ।

ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆମେରିକା ସେନାର ଅନ୍ତରୀଣ ତଦନ୍ତ ରିପୋର୍ଟରେ କୁହାଯାଇଥିଲା ଯେ ବାଳିକା ସ୍କୁଲ ଉପରେ ମିସାଇଲ୍ ମାଡ଼ ଘଟଣାରେ ହୁଏତ ମାର୍କିନ ସେନାହାତଆଇପାରେ। କିନ୍ତୁ ପେଣ୍ଟାଗନ୍ପକ୍ଷରୁ ଏହାକୁ ସ୍ୱୀକାର କରାଯାଇ ନଥିଲା। ହେଲେ ପେଣ୍ଟାଗନ ଘଟଣାର ତଦନ୍ତକରିଥିଲା । ଏହି ତଦନ୍ତଏବେବି ଜାରି ରହିଛି।ଜାଣିଶୁଣି ସ୍କୁଲ ଉପରେ ଅକ୍ରମଣ କରିବା ଆନ୍ତର୍ଜାତିମାନବଧିଳର ଆନ ଅନୁସାରେ ଏକ ଅପରାଧ

Also Read :- ୟୁରୋପ ପରେ ଭାରତରେ ସଙ୍କଟ ଆଣିବ ହିଟଓ୍ୱେଭ୍ : କମିବ ଆୟ, ଖସିବ ଜିଡିପି !

ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖରେ ମିନାବବାଳିକା ସ୍କୁଲ ଉପରେ ମିସାଇଲ୍ ମାହେବାରୁ ୧୭୫ ଜଣ ଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁଘଟିଥିବାଦେଖିବାକୁ ମିଳିଥିଲା। ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ ଏହାକୁ ଭୟାବହ ଆକ୍ରମଣ ବୋଲି ବର୍ଣ୍ଣନା କରିଥିଲା । ପୁରୁଣାଟାର୍ଗେଟ ତଥ୍ୟକୁ ଆଧାର କରି ଆମେରିକା ଭୁଲରେ ଭକ୍ତ ସ୍କୁଲ ଉପରେ ଆକ୍ରମଣ କରିଥିଲାବୋଲି କୁହାଯାଇଥିଲା ।