ଛତ୍ରପୁର: ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଉଦ୍ୟମ କରିଥିବା ଘଟଣାରେ ଜଣଙ୍କୁ ଉଠାଇ ନେଲା ଛତ୍ରପୁର ଥାନା ପୋଲିସ l ରବିବାର ଅପରାହ୍ନରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସତ୍ୟଜିତ ପଣ୍ଡା ନିଜେ ପ୍ରକୋଷ୍ଠରେ ରୋଗୀ ଚିକିତ୍ସା କରିଥିବା ବେଳେ ଜଣେ ବ୍ୟକ୍ତି ଅଚାନକ ସେଠାରେ ପହଞ୍ଚି ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର ଏବଂ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା l

ସେହିପରି ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି l ଏନେଇ ମେଡିକାଲ କର୍ତ୍ତୃପକ୍ଷ ଛତ୍ରପୁର ଥାନାକୁ ଜଣାଇଥିଲେ l ପରେ ଛତ୍ରପୁର ଥାନା ପୋଲିସ ଅଭିଯୁକ୍ତକୁ ଥାନାକୁ ଉଠାଇ ନେଇଛି l ଏପରି ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଡାକ୍ତର ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି l