ନୂଆଦିଲ୍ଲୀ, ୨୫/୦୯ : ଗୋଟିଏ ଦଳରୁ ଜିତିଲେ । ହେଲେ ଜିତିଲା ପରେ ପାର୍ଟି ବଦଳାଇ ଦେଲେ । ଅର୍ଥାତ ଜିତିଲା ପରେ ଦଳ ବଦଳ କରିଦେଲେ ନେତା । ଜଣେ କି ଦୁଇ ଜଣ ନୁହେଁ । ୧୦୦ରୁ ଅଧିକ ବିଧାୟକ, ସାଂସଦ ନିଜ ଦଳ ପରିବର୍ତ୍ତନ କରିଛନ୍ତି । ଏଡିଆରର ରିପୋର୍ଟରୁ କିଛି ଏମିତି ତଥ୍ୟ ମିଳିଛି ।

ଏଡିଆର ରିପୋର୍ଟ ଅନୁସାରେ, ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା ଜିତିବା ପରେ ଗତ ୪ ବର୍ଷରେ ୧୧୧ ଜଣ ବର୍ତ୍ତମାନର ସାଂସଦ ଏବଂ ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି । ସବୁଠୁ ବଡ ପରିବର୍ତ୍ତନ ନାଗାଲାଣ୍ଡରେ ହୋଇଛି । ଏଠାରେ ମୋଟ୍ ୩୨ ନେତା ନିର୍ବାଚିତ ହେଲା ପରେ ଦଳ ବଦଳାଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ୨୦ଟି ମାମଲା ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ଗତ ଚାରି ବର୍ଷରେ ୨୬ ଲୋକସଭା ସଦସ୍ୟ, ୭ ରାଜ୍ୟସଭା ସଦସ୍ୟ ଏବଂ ୭୮ ବିଧାନସଭାର ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି । ସେ ଯେଉଁ ଦଳରୁ ନିର୍ବାଚିତ ହୋଇଥିଲେ ଏବେ ଅନ୍ୟ ଦଳରେ ରହିଛନ୍ତି ।

Also Read :- ଦରକାର ନାହିଁ ଭାରତୀୟ ମାଛ: ଗୁଜରାଟରୁ ଇଲିସି ଆମଦାନୀ ବନ୍ଦ କଲା ବାଂଲାଦେଶ

କର୍ଣ୍ଣାଟକ, ମଧ୍ୟପ୍ରଦେଶ, ସିକ୍କିମ, ଉତ୍ତର ପ୍ରଦେଶରେ ଜଣେ ଲେଖାଏଁ ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି । ଦିଲ୍ଲୀରେ ରାଜ୍ୟସଭାର ଜଣେ ସାଂସଦ ଏବଂ ମହାରାଷ୍ଟ୍ରର ୬ ଲୋକସଭା ସଦସ୍ୟ ଜିତିଲା ପରେ ଅନ୍ୟ ଦଳକୁ ଚାଲି ଯାଇଛନ୍ତି । ଦେଖିବାକୁ ଗଲେ ନାଗାଲାଣ୍ଡର ୩୨ ବିଧାୟକ ଦଳ ପରିବର୍ତ୍ତନ କରିଛନ୍ତି ।

ସେହିପରି ପଶ୍ଚିମବଙ୍ଗର ୨୦ ସାଂସଦ, ତେଲେଙ୍ଗାନାକ ୯ ବିଧାୟକ, ଗୋଆର ୮ ବିଧାୟକ, ପଞ୍ଜାବର ୬ ସାଂସଦ ଏବଂ ୨ ବିଧାୟକ, ମହାରାଷ୍ଟ୍ରର ୬ ସାଂସଦ, ମେଘାଳୟର ୬ ବିଧାୟକ ଏବଂ ମଣିପୁରର ୫ ବିଧାୟକ ଦଳ ଛାଡିଛନ୍ତି । ଗୁଜୁରାଟର ୪ ବିଧାୟକ, ହିମାଚଳର ୨ ବିଧାୟକ, ରାଜସ୍ଥାନର ୨ ବିଧାୟକ ଅନ୍ୟ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।