ଭଦ୍ରକ: ଲଗାଣ ବର୍ଷା ପାଇଁ ବନ୍ୟା ଆଶଙ୍କା । ଭଦ୍ରକ ଜିଲ୍ଲା ରେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସାଳନ୍ଦି ନଦୀରେ ସୋମବାର ତିହିଡି ନିକଟ ଦେଉଲା ଠାରେ ଘାଇ ହୋଇଥିଲା । ଏବେ ମଧ୍ୟ ଲଗାଣ ବର୍ଷା ସହର ତଳି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି । ସମାନ ଭାବେ ବୈତରଣୀ ନଦୀ ରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ସତର୍କ ସଙ୍କେତ 17.83 ମିଟର ରହିଛି। ତେବେ ଏବେ ପର୍ଯ୍ୟନ୍ତ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ।

ଉପରମୁଣ୍ଡ ଅର୍ଥାତ୍ କେଉଁଝର , ଆନନ୍ଦପୁର ଓ ମୟୂରଭଞ୍ଜରେ ବର୍ଷା ର ଅନୁପାତ ଉପରେ ନଜର ରଖିଛି ପ୍ରଶାସନ। ଲଗାଣ ବର୍ଷା ପାଣିରେ ଧାମନଗରରୁ ଧାମନଗର ଛକକୁ ସଂଯୋଗକୁ ଥିବା ମୁଖ୍ୟ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି। ହବିବି ନଗର ଥିବା ଭାରତ ପେଟ୍ରୋଲ ଟାଙ୍କି ସହ କିଛି ଘର ଜଳବନ୍ଦୀ ହୋଇଛି। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି ସହ ସରକାରୀ ଓ ବେସରକାରୀ ସ୍କୁଲ ଗୁଡିକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି।

ଭଦ୍ରକ ସହରର ପୌରପାଳିକାର କେତେକ ଅଞ୍ଚଳରେ ଘର ଭିତରେ ପାଣି ପଶିଛି । ୩୦ ନମ୍ୱର ୱାର୍ଡ ବାଲିପାଟଣା ଠାରେ ଜଗବନ୍ଧୁ ମାଝୀ ଙ୍କ ଘର ବର୍ଷାରେ ଭାଙ୍ଗିଯାଇଥିବା ସୂଚନା ମିଳିଛି । ସମାନ ଭାବେ ତିହିଡି ଓ ଧାମନଗର ବ୍ଲକ ଅଧିନ ଅଞ୍ଚଳରେ କେତେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ସୂଚନା ମିଳିଥିବା ବେଳେ ଅନେକ ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।

also read- Rayagada COVID alert : ରାୟଗଡ଼ାବାସୀଙ୍କୁ କରୋନା ଭୟ, ଏମିତି ନ କଲେ ବ୍ୟାପିବାର ସମ୍ଭବନା

ବନ୍ୟା ସ୍ଥିତି କୁ ନେଇ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ଯେ ଜିଲ୍ଲା ରେ ହାରାହାରି 104.63 ମିଲିମିଟର ବର୍ଷା ରେକର୍ଡ ହୋଇଛି । ତଳିଆ ଅଞ୍ଚଳ ରେ ପାଣି ପଶିଛି । ସାଳନ୍ଦି ଓ ବୈତରଣୀ ନଦୀ ରେ ଜଳସ୍ତର ବଢୁଛି । ସମସ୍ତ ଅଧିକାରୀ ଙ୍କୁ ନେଇ ବୈଠକ ହେବ । ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ । ଭୟଭୀତ ହୁଅନ୍ତୁ ନାହିଁ । ଆମେ ମିଳିମିଶି ବନ୍ୟା ସ୍ଥିତି କୁ ସାମ୍ନା କରିବା ଓ ସୁରକ୍ଷିତ ରହିବା।