ସୋନପୁର ୨୦।୦୬ : ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ୨୫ ରାଉଣ୍ଡ ଗୁଳି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦଙ୍କ ସିଙ୍ଗିଯୁବା ଗାଁରେ ଥିବା ଘର ଉପରକୁ ଗୁଳିମାଡ଼ ହୋଇଛି । ଯେଉଁଥିରେ ଅନେକ କ୍ଷତି ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଛି l ଘରେ ଥିବା କୌଣସି ଲୋକଙ୍କ ଦେହରେ ଗୁଳି ବାଜି ନଥିବା ବେଳେ କେବଳ ଘର ଭିତରେ ଓ ବାହାରେ ରଖା ହୋଇଥିବା ଦୁଇଟି କାରର କିଛି ସ୍ଥାନରେ ଗୁଳି ବାଜିଛି। ଦିପ୍ତୀରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ମଧ୍ୟ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ରହିଥିଲେ ।

Also Read:-Horoscope Today : ଜୁନ ୨୦ ତାରିଖ, ଶନିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଗୁଳିମାଡ଼ କରିଛି। ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଖ ପାଖ ଅଞ୍ଚଳରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ କରୁଛି l