ମୁମ୍ବାଇ : ରଣବୀର ସିଂହଙ୍କ ‘ଧୁରନ୍ଧର୍: ଦ ରିଭେଞ୍ଜ’ର ଜଲୱା କମିନି। ଏବେବି ଫିଲ୍ମ ଥିଏଟରରେ ଦମଦାର ପ୍ରଦର୍ଶନ କରୁଛି। ଫିଲ୍ମ ରିଲିଜକୁ ୪ ସପ୍ତାହ ବିତିଗଲାଣି। ତଥାପି କମୁନି କ୍ରେଜ୍। ଏବେ ବି ବ୍ୟବସାୟ ଜାରି ରହିଛି। ରଣବୀର ସିଂହ ଷ୍ଟାରର ଏହି ଫିଲ୍ମ ୱାର୍ଲ୍ଡ ୱାଇଡ୍ ୩,୦୦୦ କୋଟିରୁ ଅଧିକ ଆୟ କରି ସାରିଛି। ଯାହା ଏହି ମାଇଲଖୁଣ୍ଟ ହାସଲ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ଫ୍ରାଞ୍ଚାଇଜ୍। ଏହାସହ ‘ଧୁରନ୍ଧର’ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଡ଼ ଫିଲ୍ମ ଫ୍ରାଞ୍ଚାଇଜ୍ ଯେମିତି କି ‘ବାହୁବଲୀ’ ଓ ‘ପୁଷ୍ପା’ର ରେକର୍ଡକୁ ବି ପଛରେ ପକାଇ ଦେଇଛି। ଚିତାକର୍ଷକ କଥା ହେଉଛି ଏହି ଫିଲ୍ମ ପାକିସ୍ତାନ ସମେତ ଅନେକ ଦେଶରେ ବ୍ୟାନ୍ ଲାଗିବା ସତ୍ତ୍ୱେ ଏହା ଏମିତି ରେକର୍ଡ କରିଛି।

୫ ଡିସେମ୍ବର, ୨୦୨୫ରେ ‘ଧୁରନ୍ଧର’ ରିଲିଜ୍ ପୂର୍ବରୁ, ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ବ୍ୟବସାୟକୁ ନେଇ ଖୁବ୍ ଚିନ୍ତା ଥିଲା। କିନ୍ତୁ ବଡ଼ ପରଦାରେ ଆସିବା ପରେ, ଏହା ବକ୍ସ ଅଫିସରେ ଅସାଧାରଣ ସଫଳତା ହାସଲ କରିଥିଲା। ଦର୍ଶକ ଫିଲ୍ମକୁ ଗ୍ରହଣ କରିଥିଲେ । ଏହାକୁ ନେଇ ଚାଲିଥିଲା ଅନେକ ଚର୍ଚ୍ଚା ଓ ଆଲୋଚନା। ଯାହାର ଫଳ ସ୍ୱରୂପ ‘ଧୁରନ୍ଧର୍: ଦ ରିଭେଞ୍ଜ’ ବିଶ୍ୱ ବକ୍ସ ଅଫିସରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। । ଭାରତୀୟ ବକ୍ସ ଅଫିସ୍ କଥା କହିଲେ ଏହା ଏବେ ପର୍ଯ୍ୟନ୍ତ ନିଜ ପ୍ରଦର୍ଶନ ଯୋଗୁ ସର୍ବାଧିକ ଆୟକାରିଥିବା ଚଳଚ୍ଚିତ୍ରର ଟାଇଟଲ ହାତେଇଛି। ବର୍ତ୍ତମାନର ବକ୍ସ ଅଫିସ କଲେକ୍ସନ୍ ୮୪୦ କୋଟିରୁ ଅଧିକ ଆୟ କରି ୧,୦୦୦ କୋଟି ତାଲିକାରେ ନିଜକୁ ସାମିଲ୍ କରିଛି। ଭାରତରେ ଫିଲ୍ମ ଏବେ ପର୍ଯ୍ୟନ୍ତ ୧୦୮୩ କୋଟିରୁ ଅଧିକ ହୋଇଛି। ଏହି ଅଙ୍କ ଏବେ ଜାରି ରହିଛି। ଏହା ପୂର୍ବରୁ ‘ପୁଷ୍ପା-2’, ‘କେଜିଏଫ୍-2’ ‘ବାଲୁବଲୀ-2 ଦ କନକ୍ଲୁଜନ୍’ ଭାରତୀୟ ବକ୍ସ ଅଫିସରେ ୧,୦୦୦ କୋଟିରୁ ଅଧିକ ଆୟ କରିୁଥିଲା।

Also Read- Kareena Kapoor: ୱାଙ୍ଖଡେରେ କରୀନାଙ୍କ ହାଇ-ଭୋଲଟେଜ୍ ଡ୍ରାମା! ଷ୍ଟାଡିୟମ୍ ମଝିରେ ଫ୍ୟାନ୍ସଙ୍କ ଉପରେ ବର୍ଷିଲେ, ଭିଡିଓ ଭାଇରାଲ

ଧୁରନ୍ଧରର ଚାରି ମାସ ପରେ ‘ଧୁରନ୍ଧର୍: ଦ ରିଭେଞ୍ଜ’ ରିଲିଜ୍ ହୋଇଥିଲା। ରଣବୀର ସିଂହଙ୍କ ଅଭିନୀତ ଏହି ଆକ୍ସନ୍ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବିପୁଳ ସଫଳତା ହାସଲ କରିଛି। ଅନେକ ଦେଶରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଏହି ଚଳଚ୍ଚିତ୍ରଟି କେବଳ ବକ୍ସ ଅଫିସରେ ସର୍ବାଧିକ ଆୟକାରୀ ହିନ୍ଦୀ ଚଳଚ୍ଚିତ୍ର ଭାବରେ ଉଭା ହୋଇନି ବରଂ ଗୋଟିଏ ଭାଷାରେ ୧,୦୦୦ କୋଟି ଅତିକ୍ରମ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ହୋଇଛି। ଘରୋଇ ଏବଂ ଅନ୍ତର୍ଜାତୀୟ ବଜାରରେ ଏହି ଚଳଚ୍ଚିତ୍ର ଫ୍ରାଞ୍ଚାଇଜର ଅସାଧାରଣ ପ୍ରଦର୍ଶନ। ଏହାକୁ ୩,୦୦୦କୋଟିର ମାଇଲଖୁଣ୍ଟ ଅତିକ୍ରମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।