ମୁମ୍ୱାଇ,୧୪।୦୪: ରଣବୀର ସିଂହଙ୍କ ‘ଧୁରନ୍ଧର୍: ଦ ରିଭେଞ୍ଜ’ ଥିଏଟରରେ ଦମ୍ଦାର ପ୍ରଦର୍ଶନ କରୁଛି । ଫିଲ୍ମ ରିଲିଜ୍କୁ ୨୬ ଦିନ ବିତିଗଲାଣି । ୪ ସପ୍ତାହ ପରେ ବି ଏହାର ବ୍ୟବସାୟ ଜାରି ରହିଛି । ସ୍ୟାକ୍ନିଲ୍କ ଅନୁସାରେ, ବିଶ୍ୱସ୍ତରରେ ‘ପୁଷ୍ପା-୨’ର କଲେକ୍ସନ୍ ରେକର୍ଡର ପାଖାପାଖି ପହଞ୍ଚିଛି ‘ଧୁରନ୍ଧର୍-୨’ । ୨୫ତମ ଦିନ ସୁଦ୍ଧା ବିଶ୍ୱସ୍ତରରେ ଏହାର କଲେକ୍ସନ୍ ୧,୭୧୨.୯୮ କୋଟି ହୋଇଛି । ‘ପୁଷ୍ପା-୨’ର ଲାଇଫ୍ଟାଇମ୍ ୱର୍ଲଡ୍ୱାଇଡ୍ କଲେକ୍ସନ୍ ୧,୭୪୨.୧୦ କୋଟି ।

‘ଧୁରନ୍ଧର୍-୨’କୁ ଏହି ରେକର୍ଡ ଭାଙ୍ଗିବା ପାଇଁ ୩୦ କୋଟିରୁ କମ୍ ଆବଶ୍ୟକ । ଟିକଟ ବିକ୍ରି ମାମଲାରେ ‘ଧୁରନ୍ଧର-୨’ ଏବେ ବି ‘ପୁଷ୍ପା-୨’ଠୁ ପଛରେ ଅଛି । ରିପୋର୍ଟ ଅନୁସାରେ, ‘ଧୁରନ୍ଧର୍-୨’ର ଅଦ୍ୟାବଧି ୧.୭୧ କୋଟି ଟିକଟ ବିକ୍ରି ହୋଇଛି । ଅନ୍ୟପକ୍ଷେ, ‘ପୁଷ୍ପା-୨’ର ୧.୯୨ କୋଟି ଟିକଟ ବିକ୍ରି ହୋଇଥିଲା । ଭରତରେ ଆୟ ମାମଲାରେ ଏହା ୧,୨୩୪.୧୦ କୋଟି ନେଟ୍ କଲେକ୍ସନ୍ କରିଥିଲା । ‘ଧୁରନ୍ଧର୍-୨’ ଅଦ୍ୟାବଧି ୧.୦୮୩.୬୭ କୋଟି କଲେକ୍ସନ୍ କରିଛି ।

ଅର୍ଥାତ୍ ଘରୋଇ ମାର୍କେଟରେ ଏହା ଏବେ ‘ପୁଷ୍ପା-୨’ଠୁ ୧୫୦.୪୩ କୋଟି ଟଙ୍କା ପଛରେ ଅଛି । ହିନ୍ଦୀ ବେଲ୍ଟରେ ‘ଧୁରନ୍ଧର୍-୨’ର ଭଲ ଆୟ ହେଉଛି । ଫିଲ୍ମର ମୋଟ୍ କଲେକ୍ସନ୍ର ୯୪ ପ୍ରତିଶତ ଅର୍ଥାତ୍ ୧,୦୧୭.୭୯ କୋଟି ଟଙ୍କା କେବଳ ହିନ୍ଦୀ ମାର୍କେଟ୍ରୁ ଆସିଛି । କିନ୍ତୁ ତେଲୁଗୁ ମାର୍କେଟରେ ଏହା କେବଳ ୪୧.୮୫ କୋଟି ଆୟ କରିଛି । ସେଥିପାଇଁ ଭାରତରେ ଫିଲ୍ମର ମୋଟ୍ କଲେକ୍ସନ୍ ‘ପୁଷ୍ପା-୨’ଠୁ ପଛରେ । ବିଦେଶରେ ‘ଧୁରନ୍ଧର୍-୨’ ୪୧୫.୫୦ କୋଟି କଲେକ୍ସନ୍ କରିଛି । ଅନ୍ୟପକ୍ଷେ, ‘ପୁଷ୍ପା-୨’ର କଲେକ୍ସନ୍ ଥିଲା ୨୫୯.୫୦ କୋଟି ।

Also Read- Jackie Shroff Video: ଆଶା ଭୋସଲେଙ୍କ ଅନ୍ତିମ ସଂସ୍କାରରେ କାହା ଉପରେ ଭଡକିଲେ ଜ୍ୟାକି, କହିଲେ-ଦୟା କରି ଘରକୁ ଯାଅ