କଲୋମ୍ବୋ: କଲୋମ୍ବୋରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ପ୍ରଥମ ଇନିଂସ ୫୦୩/୯ରେ ଘୋଷଣା କରିଛି। ଦ୍ଵିତୀୟ ଦିନର ଖେଳରେ ମଧ୍ୟ ଭାରତୀୟ ବ୍ୟାଟରଙ୍କ ପ୍ରାଧ୍ୟାନ୍ୟ ଦେଖିବାକୁ ମିଳିଛି। ଦେବଦତ୍ତ ପାଡିକ୍କଲଙ୍କ ପରେ ଧ୍ରୁବ ଜୁରେଲ ୧୧୫ ରନର ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କ ସହ ଋଷଭ ପନ୍ତ ୬୩ ରନର ଯୋଗଦାନ ଦେଇଛନ୍ତି। ବୋଲିଂରେ ଶ୍ରୀଲଙ୍କା ପକ୍ଷରୁ ଅସିଥା ଫର୍ଣ୍ଣାଡୋ ୧୦୬ ରନ ଦେଇ ସର୍ବାଧିକ ୪ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଦିନ ଦେବଦତ୍ତ ପାଡିକଲ ଶତକ ହାସଲ କରିଥିଲେ।

Updating...