ଢେଙ୍କାନାଳ : ଚୋରି କରିବାକୁ ପୂରା ଯୋଜନାର ସହ ଆସିଥିଲା। କଳେବଳେ କୌଶଳେ ମନ୍ଦିର ଭିତରକୁ ପଶି ବି ଗଲା। ହେଲେ ଆଉ ଫେରି ପାରିଲାନି , ଫସି ଗଲା ଚୋର। ଆଉ ବାହାରି ପାରିଲା ନାହିଁ। ଆଉ କଣ ବା କରିବ। ସେଇଠି ହିଁ ଶୋଇ ପଡ଼ିଥିଲା। ମନ୍ଦିର ଦ୍ୱାର ଖୋଲିବା ପରେ ପୂଜକ ହାବୁଡରେ ପଡ଼ିଯାଇଥିଲା ଚୋର।  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ତୋର ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗାଁ ଶିବ ମନ୍ଦିରକୁ ଚୋରି କରିବାକୁ ଯାଇ ଏମିତି ଫସିଗଲା ଚୋର।

ଘଟଣା ସୋମବାରର। ମନ୍ଦିର କବାଟ ଫାଙ୍କାରେ ପଶିଗଲା ଚୋର କିନ୍ତୁ ବାହାରି ପାରିଲା ନାହିଁ। ବାବା ସ୍ବପ୍ନେଶ୍ବର ମନ୍ଦିର ପୂଜକ ଭଗବାନ ରଣା ପୂଜା କରିବାକୁ ଯାଇଥିବା ବେଳେ ଚୋରକୁ ଦେଖି ପ୍ରଥମେ ଭୟଭୀତ ହୋଇଯାଇଥିଲେ। ତାପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଚୋରକୁ ଉଦ୍ଧାର କରଥିଲେ। ତେବେ ଚୋରର ପରିଚୟ ଅସ୍ପଷ୍ଟ ରହିଛି। କାହିଁକିନା ପରିଚୟ ପଚାରିବାରୁ ଭିନ୍ନ ଭିନ୍ନ ସମୟରେ ସେ ଭିନ୍ନ ଭିନ୍ନ ସ୍ଥାନର ନାଁ ନେଇଥିଲେ। ଏମିତି କି ପରିଚୟ ଭିନ୍ନ ଭିନ୍ନ ଦେଉଥିଲା। କିନ୍ତୁ ପୂରା ଘଟଣାକୁ ନେଇ ତଦନ୍ତ ଚଳାଇଛି ପୋଲିସ୍।

Also Read- ଖୋଲିବ କି ସୌମ୍ୟ ମୃତ୍ୟୁ ରହସ୍ୟ ? NHRCରେ ଅଭିଯୋଗକାରୀ ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର

ବାବା ସ୍ୱପ୍ନେଶ୍ୱର ମନ୍ଦିରରେ ଏଇ ଘଟଣା ପ୍ରଥମେ ନୁହେଁ, ପୂର୍ବରୁ ୨ମାସ ତଳେ ବି ମନ୍ଦିରରୁ ହୋଇଥିଲା ଲୁଟ୍। ସେଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିଲା। ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି। ମନ୍ଦିରରେ ଚୋରି କରିବାକୁ ଆସିଥିଲା ଚୋର। ହେଲେ କଣ ଚୋରି କରିଛି , କଣ ନାହିଁ ତାର ସଠିକ ତଥ୍ୟ ଏପର୍ଯ୍ୟନ୍ତ ମିଳିନି। ହେଲେ ଏଣେତେଣେ ହୋଇ ପଡ଼ି ରହିଥିଲା ମନ୍ଦିରରେ ଥିବା ବିଭିନ୍ନ ଆସବାବ ପତ୍ର। ଯଦିଓ ଅଟକ ବ୍ୟକ୍ତି ଜଣଙ୍କ କଥା ବାର୍ତ୍ତାରେ ତାଳମେଳ ଖାଉନାହିଁ। ତେବେ ସେ ମାନସିକ ଅନାଗ୍ରସର କିମ୍ବା ଚୋର ତାହା ପୋଲିସ ତଦନ୍ତ ଚଳାଇଥିଲା। ପରେ ଯୁବକ ଜଣକ ଜଣେ ମାନସିକ ଅନଗ୍ରସର ବୋଲି ଜାଣିବାକୁ ପାଇଥିଲେ। ତେଣୁ ପୋଲିସ ଯୁବକକୁ ଅଧିକ ଚିକିତ୍ସା ପାଇଁ ମେଡିକାଲକୁ ପଠାଇ ଦେଇଛି। ତେବେ ଘଟଣାରେ ଆଗକୁ କ'ଣ ଟ୍ୱିଷ୍ଟ ଆଣ୍ଡ୍ ଟର୍ଣ୍ଣ ଆସିବ ତାହା ତ ସମୟ କହିବ।