ଚଣ୍ଡିଖୋଲ: ଉଦଘାଟିତ ହୋଇଯାଇଛି ଆମ ବଡ଼ଚଣା ମହୋତ୍ସବ ୨୦୨୬। ବୁଧବାର ଆମ ବଡ଼ଚଣା ମହୋତ୍ସବ କମିଟିର ସଭାପତି ତଥା ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ସଭାପତିତ୍ଵରେ ଏହି ଉତ୍ସବକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବିଧାୟକ ଓ ଯାଜପୁର ସାଂସଦ ଯୋଗ ଦେଇ ଏହି ମହୋତ୍ସବ ମାଧ୍ୟମରେ ଆମେ ଆମ ଐତିହ୍ୟ କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରି ରଖିପାରିବା ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ବହୁ ବୁଦ୍ଧିଜୀବୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାତ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ଆୟୋଜିତ କରାଯିବ।