ଦେବଗଡ଼: ଓପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ଦେବଗଡର ପୀୟୂଷ ସାହୁ ସଫଳତା ପାଇଛନ୍ତି। ସେ ୪୦ ତମ ସ୍ଥାନରେ ରହି ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ କରିବା ସହ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ପୀୟୂଷଙ୍କ ଏହି ସଫଳତା ପରେ ଦେବଗରେ ଖୁସିର ମାହୋଲ ଖେଳି ଯାଇଛି।

ଦେବଗଡ ଜିଲ୍ଲା କଳାମାଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ଓ ତାଙ୍କ ପତ୍ନୀ ସେଲୀବାଳା ସାହୁଙ୍କ ବଡ ପୁଅ ପୀୟୂଷ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଦେବଗଡ ସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପାଠ ପଢିଥିଲେ। ପରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦେବଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଯୁକ୍ତ ଦୁଇ ବ୍ରହ୍ମପୁର ନିଳକଣ୍ଠ ନଗର ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ପଢିଥିଲେ।

ପରେ ଓୟୁଏଟିରେ ଏମଏସସିରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ଓୟୁଏଟିର ପ୍ରଫେସରଙ୍କର ପ୍ରତ୍ୟକ୍ଷ ଉତ୍ତ୍ବାବଧାନରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଦ୍ବିତୀୟ ଥରରେ ଓପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଛନ୍ତି। ତାଙ୍କ ଏହି ସଫଳତାରେ ପରିବାର ବେଶ ଖୁସି ପ୍ରକାଶ କରିଛନ୍ତି।

Also Read: Odisha Police Recruitment : ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର, ୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି

ସୂଚନାଯୋଗ୍ୟ, ଗତକାଲି ଓପିଏସସି ୨୦୨୪ ରେଜଲ୍ଟ ପ୍ରକାଶ ପାଇଛି। ଏଥିରେ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଥିବା ବେଳେ ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁଅ ଥିବା ବେଳେ ୪ ଜଣ ଝିଅ ଅଛନ୍ତି । ବୁବୁନ ସାହୁ ଓସିଏସ୍ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଶୋଭନା ମହାନ୍ତି, ତୃତୀୟରେ ଜିତମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ପଞ୍ଚମରେ ସଂଗ୍ରାମ ପ୍ରଧାନ ଅଛନ୍ତି ।

ସେହିପରି ଷଷ୍ଠ ସ୍ଥାନରେ ଅମନ ଗୋୟଲ, ସପ୍ତମ ସ୍ଥାନରେ ସନ୍ତନୁ କୁମାର ଶତପଥୀ, ଅଷ୍ଟମ ସ୍ଥାନରେ ନୀତେଶ କୁମାର ବାରିକ, ନବମ ସ୍ଥାନରେ ଶୀତଲ ପାତ୍ର ଏବଂ ଦଶମ ସ୍ଥାନରେ ଇତିଶ୍ରୀ ଜେନା ଅଛନ୍ତି ।