ଦେବଗଡ଼: ବିଦ୍ୟୁତ ଆଘାତରେ ବଡ ମାଆ ଓ ନାବାଳକ ପୁଅ ମୃତ। ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନାଞ୍ଚଳ କମାରପାଳ ଗ୍ରାମରେ ଘଟିଛି ଏଭଳି ଅଘଟଣା। ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଏହା ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁଯାୟୀ, ଘର ଭିତରେ ରହିଥିବା ବଗିଚାରେ ପାଣି ମଡାଇବାକୁ ବିଦ୍ୟୁତ ପାଣି ପମ୍ପ ଲାଗିଥିବା ବେଳେ ସେହି ତାର ସଂସ୍ପର୍ଶରେ ଆସି ଏହି ଅଘଟଣ ଘଟିଛି। ଉଭୟ ଘଟଣାସ୍ଥଳରେ ଅଚେତ ଅବସ୍ଥାରେ ପଡିଥିବା ବେଳେ ପରିବାର ଲୋକ ଉଦ୍ଧାର କରି ନିକଟସ୍ଥ କୁଣ୍ଢେଇଗୋଳା ଡାକ୍ତରଖାନା କୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

Also Read: ନ୍ୟୁଡ୍ ମେସେଜ୍ କରି ଫସିଗଲେ ବାବୁ, ଖଣ୍ଡପଡ଼ାର ପୂର୍ବତନ ଏସଡିପିଓ ସସପେଣ୍ଡ୍

ମୃତକ ହେଲେ ସେହି ଗ୍ରାମର ନିରଞ୍ଜନ ଭୁତିଆଙ୍କ ପ୍ରଥମ ସ୍ତ୍ରୀ ଉପବାସୀ ଭୁତିଆ(୪୫) ଓ ଦ୍ବିତୀୟ ସ୍ତ୍ରୀ ଙ୍କର ନାବାଳକ ପୁଅ ମନପ୍ରୀତ ଭୁତିଆ(୭)। ଖବରପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।